ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଗୋଲଡେନ୍ ଫିସ୍, ୨.୯୦ ଲକ୍ଷ ଟଙ୍କାରେ କଲେ ବିକ୍ରି

ନୂଆଦିଲ୍ଳୀ : ଜଣେ ମତ୍ସ୍ୟଜୀବୀଙ୍କ ପିଟିଲା ଭାଗ୍ୟ, ଜାଲରେ ପଡିଲା ଏକ ବିରଳ ମାଛ । କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି ଠିକ୍ ସେହିପରି ଆନ୍ଧ୍ରପ୍ରଦେଶରଭାନେ ମାଛ ଧରାଳିଙ୍କ ସହ ଏପରି ଘଟିଛି । ଜଣେ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ତାଙ୍କ ଜାଲରେ ବାକି ମାଛ ସହିତ ଏକ ସୁନାର ମାଛ ମଧ୍ୟ ପଡିଥିଲା। ଏହି ବିରଳ ପ୍ରଜାତି ମାଛକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇତିଲେ । ସେହି ବିରଳ ମାଛକୁ କଚିଡି ବୋଲି କୁହାଯାଉଛି । ଏହାର ଓଜନ ପ୍ରାୟତଃ ୨୮ କିଲୋଗ୍ରାମ ।

ଏହାକୁ ନେଇ ମତ୍ସ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ କଚିଡି ମାଛଟି ବିରଳ ଅଟେ ଏବଂ ବହୁମୂଲ୍ୟ ମୂଲ୍ୟରେ ବିକ୍ରି ହେତୁ ଏହାକୁ ଗୋଲଡେନ୍ ଫିସ୍ କୁହାଯାଏ । ଏହାର ଶରୀରର ଅନେକ ଅଂଶ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ବ୍ୟବହୃତ ସୂତା ତିଆରି କରିବା ପାଇଁ ଡାକ୍ତରଙ୍କ ଦ୍ବାରା କଞ୍ଚା ମାଛର ପିତ୍ତ ଏବଂ ଫୁସଫୁସ ମଧ୍ୟ ବ୍ୟବହୃତ ହୁଏ। ଏହାର ଅନେକ ଅଂଶ ଦାମୀ ମଦ ତିଆରିରେ ମଧ୍ୟ ବ୍ୟବହୃତ ହୁଏ ।

ମତ୍ସ୍ୟଜୀବୀ ଜଣକ ଉପକୂଳବର୍ତ୍ତୀ ମିନି ଫିସିଙ୍ଗ ହାର୍ବରରେ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ କଚିଡି ମାଛ ଧରାପଡିଥିଲା । ପରେ, ସେ ଏହାକୁ ନରସାପୁରମର ବଜାରକୁ ନେଇ ଏକ ବ୍ୟବସାୟୀଙ୍କୁ ଏହି ମାଛ ବିକ୍ରି କରିଥିଲେ । ଏହାର ପ୍ରତିବଦଳରେ ତାଙ୍କୁ ୨.୯୦ ଲକ୍ଷ ଟଙ୍କା ମିଳିଛି। ମତ୍ସ୍ୟଜୀବୀଙ୍କ ଖୁସି କହିଲେ ,ଏହି ମାଛକୁ ଧରିବା ସହଜ ନୁହେଁ ବୋଲି କହିଥିଲେ। ବହୁ କଷ୍ଟରେ ଧରିଥିଲେ ।

Related Posts