ଖୁସି ଖବର: ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ହ୍ଵାଟ୍ସଆପ ମାଧ୍ୟମରେ ମଗାଇପାରିବେ ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ ରେ ଯାତ୍ରା କରିବା ସମୟରେ ଖାଇବାକୁ ନେଇ ଅନେକ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ନିଜ ମନ ପସନ୍ଦ ର ଖାଇବା ମିଳିବା କଷ୍ଟକର ହୋଇପଡେ । ତେବେ ଏବେ କିନ୍ତୁ ଆପଣ ଯାତ୍ରା କରୁଥିଲେ ମନପସନ୍ଦର ଖାଦ୍ୟ ଖାଇବାର ଇଚ୍ଛା ଏବେ ଆପଣଙ୍କର ସାକାର ହେବ |

କାରଣ ଏଣିକି ଆପଣ ହ୍ଵାଟ୍ସଆପ ମାଧ୍ୟମରେ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରିବେ | ଆଇଆରସିଟିସିର ଖାଦ୍ୟ ବିତରଣ ସେବା ଜୁପ୍ ଯାତ୍ରୀଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ଜିଓ ହାପ୍ଟିକ୍ ସହିତ ବୁଝାମଣା କରିଛି | ଏହି ନୂଆ ବ୍ୟବସ୍ଥା ଦ୍ୱାରା ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନେ ହ୍ଵାଟ୍ସଆପ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ |

ଆଉ ବଡ କଥା ଯେ ପିଏନଏଆର ନମ୍ବର ବ୍ୟବହାର କରି ଆପଣ ଜୁପ୍ ବ୍ୟବହାର କରିପାରିବେ | କୌଣସି ଅତିରିକ୍ତ ଆପ୍ ଡାଉନଲୋଡ୍ ନକରି କେବଳ ହ୍ଵାଟ୍ସଆପ ମାଧ୍ୟମରେ ଖାଦ୍ୟ ଟ୍ରାକିଂ କରିବା ସହିତ ମତାମତ ପ୍ରଦାନ କରିପାରିବେ | ଆଉ ଏହି ନୂଆ ସୁବିଧା ଦ୍ୱାରା ଆପଣ ଏଣିକି ଆଉ ରେଳ ପ୍ୟାଣ୍ଟ୍ରି କିମ୍ବା ଅନ୍ୟାନ୍ୟ ବିକ୍ରେତାଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ | ତେବେ ହ୍ଵାଟ୍ସଆପ ମାଧ୍ୟମରେ ଆପଣ କିଭଳି ଅର୍ଡର କରିବେ ଜାଣନ୍ତୁ |

ଆପଣ ହ୍ଵାଟ୍ସଆପକୁ ଯାଇ ଜୁପର ନମ୍ବର ‘7042062070’ କୁ ମେସେଜଟିଏ କରନ୍ତୁ | ଯାହା ପରେ ଆପଣ ଜୁପ୍ ଠାରୁ ଏକ ଉତ୍ତର ପାଇବେ ଯେଉଁଥିରେ ଆପଣଙ୍କୁ ପଚରାଯିବ ଯେ ଆପଣ ଖାଦ୍ୟ ଅର୍ଡର କରିବାକୁ ଚାହୁଁଛନ୍ତି କି , ପିଏନଆର ସ୍ଥିତି ଯାଞ୍ଚ ଚାହୁଁଛନ୍ତି କି, ଅର୍ଡର ଟ୍ରାକ୍ ଚାହୁଁଛନ୍ତି କି ଇତ୍ୟାଦି ଆପଣଙ୍କୁ ଅନେକ ବିକଳ୍ପ ମିଳିବ | ଯଦି ଆପଣ ଖାଦ୍ୟ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅର୍ଡର ଫୁଡ୍ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ | ତା’ପରେ ଆପଣଙ୍କୁ ଆପଣଙ୍କର ୧୦ ଅଙ୍କ ବିଶିଷ୍ଟ ପିଏନଆର ନମ୍ବର ପ୍ରଦାନ କରିବାକୁ ପଡିବ | ଏହା ପରେ ଆପଣଙ୍କୁ ସେହି ଷ୍ଟେସନ ବାଛିବା ପାଇଁ କୁହାଯିବ ଯେଉଁଠାରେ ଆପଣ ଆପଣଙ୍କର ଖାଦ୍ୟ ନେବାକୁ ଚାହୁଁଛନ୍ତି | ଷ୍ଟେସନ୍ ଚୟନ କରିବା ପରେ ଆପଣଙ୍କୁ ରେଷ୍ଟୁରାଣ୍ଟ ବାଛିବାକୁ ପଡିବ ଯେଉଁଠାରୁ ଆପଣ ନିଜ ଖାଦ୍ୟ ଅର୍ଡର କରିବାକୁ ଚାହୁଁଛନ୍ତି | ତା’ପରେ ଆପଣ ଖାଇବାକୁ ଚାହୁଁଥିବା ଖାଦ୍ୟ ବାଛନ୍ତୁ | ଥରେ ଆପଣ ଅର୍ଡର କରିବା ପରେ, ଆପଣ ଆପଣଙ୍କର ଅର୍ଡରର ବିବରଣୀ ପାଇବେ ଏବଂ ତାପରେ ଆପଣ ୟୁପିଆଇ, ନେଟବ୍ୟାଙ୍କିଙ୍ଗ ଇତ୍ୟାଦି ସେବା ମାଧ୍ୟମରେ ଆପଣ ପେମେଣ୍ଟ କରିପାରିବେ | ଏହାପରେ ଆପଣ ଚାଁହୁଥିବା ଖାଦ୍ୟ ଆପଣଙ୍କ ନିକଟରେ ପହଞ୍ଚିଯିବ |

Related Posts