ବାଂଲାଦେଶରେ ଗର୍ଜିଲା ଇଷାନ କିଷାନଙ୍କ ବ୍ୟାଟ; ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ଦ୍ରୁତତମ ଦ୍ୱିଶତକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶରେ ଚମକିଲେ ଭାରତର ଯୁବ ବ୍ୟାଟସମ୍ୟାନ୍‌ ଇଷାନ କିଷାନ୍। ଭାରତ-ବାଂଲାଦେଶ ମଧ୍ୟରେ ଆଜି ଖେଳାଯାଉଥିବା ୩ୟ ଦିନିକିଆରେ ଦମ୍‌ଦାର ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି ଇଷାନ କିଷାନ୍ । ସେ ମାତ୍ର ୧୨୬ ବଲ୍‌ରେ ବିଶ୍ଵର ଦ୍ରୁତତମ ଦ୍ୱିଶତକ ହାସଲ କରିଛନ୍ତି ଇଷାନ୍‌ କିଷାନ ।

ତେବେ ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଟିମ୍‌ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।ଶିଖର ଧାଓ୍ୱାନ ଓ ଇଷାନ୍‌ କିଷାନ ପାରିର ଆରମ୍ଭ କରିବାକୁ ପଡିଆକୁ ଓହ୍ଲାଇଥିଲେ । ହେଲେ ମ୍ୟାଚ୍‌ ଆରମ୍ଭର କିଛି ସମୟ ପରେ ଆଉଟ ହୋଇଥିଲେ ଶିଖର । ପଡିଆକୁ ଆସିଥିଲେ ବିରାଟ କୋହଲି । ଯୁବ ବ୍ୟାଟସମ୍ୟାନ୍‌ ଇଷାନ୍‌ କିଷାନଙ୍କ ସହ ମିଶି ଭଲ ଆରମ୍ଭ କରିଥିଲେ ବିରାଟ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପାର୍ଟନସିପ୍‌ ବଢିଥିଲେ । ଶେଷରେ ୮୫ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ ଇଷାନ କିଷାନ । ଏହାପରେ ବି ଥମିନଥିଲା ଇଷାନ୍‌ଙ୍କ ବ୍ୟାଟ୍‌ । ଲଗାତର ଭାବେ ବାଂଲାଦେଶ ବୋଲରକୁ ଆଟାକ କରିଥିଲେ କିଷାନ୍‌ ।

ଶେଷରେ ମାତ୍ର ୧୨୬ ବଲ୍‌ରେ ସେ ହାସଲ କରିଛନ୍ତି ଦ୍ୱିଶତକ । ତେବେ ଆଜିର ମ୍ୟାଚ୍ ଜାରି ରହିଥିବା ବେଳେ ଇଷାନ୍‌ ୨୧୦ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କର ଏହି ଇନିଂସ୍ ରେ ସେ ମୋଟ ୧୩୧ଟି ବଲ୍ ଖେଳିଥିବା ବେଳେ ମୋଟ ୨୪ଟି ଚଉକା ଓ ୧୦ଟି ଛକା ମାରିଛନ୍ତି।

Related Posts