ରାଜ୍ୟପାଳ ଜଗଦୀପ ଧନକଡ ଜଣେ ଭ୍ରଷ୍ଟାଚାରୀ , ତାଙ୍କୁ ହଟାଇବା ପାଇଁ ୩ ଥର ଚିଠି ଲେଖିଲିଣି : ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟପାଳ ଜଗଦୀପ ଧାନଖଡଙ୍କ ଉପରେ ଜୋରଦାର ହମଲା କରିଛନ୍ତି।  ଧନଖଡଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହିତ ଜୈନ ହୱାଲା ମାମଲାର ଚାର୍ଜସିଟ୍‌ରେ ତାଙ୍କ ନାଁ ରହିଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ହଟାଇବା ପାଇଁ ମମତା ୩ ଥର ଚିଠି ଲେଖିଥିବା ମଧ୍ୟ କହିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ ଧନକଡ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ୧୯୯୬ ମସିହା ହାୱାଲା ଜୈନ ମାମଲା ଚାର୍ଜଶିଟ୍‌ରେ ତାଙ୍କ ନାଁ ଥିଲା। ଟିଏମସି ସରକାର ପୂର୍ଣ୍ଣ ବହୁମତ ପାଇ କ୍ଷମତାକୁ ଆସିବା ପରେ ମଧ୍ୟ ରାଜ୍ୟପାଳ କାହିଁକି ନିଜର ହୁକୁମାତି ଚଳାଉଛନ୍ତି ବୋଲି ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ? ” ଆସନ୍ତା ଜୁଲାଇ ୨ ରେ ପଶ୍ଚିମବଙ୍ଗ ବିଧାନସଭାର ଅଧିବେଶନ ବସିବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟପାଳ ପଦରୁ ଜଗଦୀପଙ୍କୁ ହଟାଇବା ପାଇଁ ଟିଏମସି ଗୋଟିଏ ସଂକଳ୍ପ ପାରିତ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନବେ ଦଶକରେ ଜୈନ ଡାଏରୀ ମାମଲାରେ ଜୈନ ଭ୍ରାତାଙ୍କ ଦ୍ୱାରା ରାଜନେତାମାନଙ୍କ ପାଖକୁ ବ୍ୟାପକ ଅର୍ଥ ପଠା ଯାଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୧୮ ମିଲିୟନ ଡଲାରର ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଅନ୍ୟପଟେ ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ ଗତ ସପ୍ତାହରେ ରାଜ୍ୟପାଳ ଧନକଡଙ୍କ ବିରୋଧରେ ସ୍ପିକର ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖରେ ଅଭିଯୋଗ କରିଥିଲେ। ସଂସଦୀୟ ବ୍ୟାପାରରେ ରାଜ୍ୟପାଳ ଧନ୍‌କଡ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ଓମ୍‌ ବିର୍ଲାଙ୍କୁ ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ବାଚସ୍ପତି।

Related Posts