ବନ୍ଧୁକ ସଫା କରିବା ବେଳେ ଆହତ ହୋଇଥିଲେ ଗୋବିନ୍ଦା; ଅପରେସନ ପରେ ହସ୍ପିଟାଲରୁ ଦେଲେ ଅଡିଓ ବାର୍ତ୍ତା

ଭୁବନେଶ୍ୱର,୧/୧୦(ସତ୍ୟପାଠ ବ୍ୟୁରୋ): ଡାକ୍ତରଖାନାରୁ ବୟାନ ଜାରି କଲେ ଗୋବିନ୍ଦା। ଏକ ଅଡ଼ିଓ ବାର୍ତ୍ତା ଜରିଆରେ ନିଜ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସହ ପ୍ରଶଂସକ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା। ସେ କହିଛନ୍ତି, ”ନମସ୍କାର, ପ୍ରଣାମ, ମୁଁ ଗୋବିନ୍ଦା। ଆପଣଙ୍କ ସମସ୍ତଙ୍କ ଆଶୀର୍ବାଦ ଓ ବାବାଙ୍କ ଆଶୀର୍ବାଦ।

ଗୁଳି ବାଜିଥିଲା। କିନ୍ତୁ, ଗୁରୁଙ୍କ କୃପାରୁ ଗୁଳି ବାହାର କରି ଦିଆଯାଇଛି। ମୁଁ ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ସଭିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି”।

ସୂଚନାଯୋଗ୍ୟ, ଆଜି ଭୋର ପ୍ରାୟ ୪ଟା ୪୫ ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଆଲମାରୀରେ ରଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମିସ୍‌ ଫାୟାରିଂ ହୋଇ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ତୁରନ୍ତ ତାଙ୍କୁ ମୁମ୍ବାଇର ଅନ୍ଧେରି ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିଲା।

Related Posts