ବିରୋଧୀଦଳ ପ୍ରତିନିଧିମଣ୍ଡଳକୁ ଏୟାରପୋର୍ଟରୁ ଫେରାଇ ଦେଲା ପ୍ରଶାସନ

ସତ୍ୟପାଠ ବ୍ୟୁରୋ : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳକୁ ଆଜି ହଟହଟା ହେବାକୁ ପଡିଛି । ଶ୍ରୀନଗର ଏୟାରପୋର୍ଟରୁ ହିଁ ସେମାନଙ୍କୁ ଫେରାଇ ଦେଇଛି ଜମ୍ମୁ ଓ କଶ୍ମୀର ପ୍ରଶାସନ । ସୁରକ୍ଷା କାରଣରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହି ପ୍ରତିନିଧିମଣ୍ଡଳରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ, ଏନସିପିର ମାଜିଦ ମେମନ ଓ ଆରଜେଡିର ମନୋଜ ଝାଙ୍କ ସମେତ ମୋଟ ୧୧ ଜଣ ବିରୋଧୀଦଳ ନେତା ସାମିଲ ଥିଲେ । ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ସେମାନଙ୍କୁ ରାଜ୍ୟ ଭ୍ରମଣରେ ଯିବାପାଇଁ ବାରଣ କରଥିଲା । କିନ୍ତୁ ସେମାନେ ତାହାକୁ ନମାନି ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଶାସନ ସେମାନଙ୍କୁ ଅଟକ ରଖାଯିବା ସହ ଗଣମାଧ୍ୟମ କର୍ମୀମାନଙ୍କୁ ଭେଟିବାକୁ ଦେଇନଥିଲା । ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଧୀରେ ଧାରେ ସ୍ୱାଭାବିକ ଅବସ୍ଥା ଫେବୁଛି ।

Related Posts