ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ

ସତ୍ୟପାଠ ବ୍ୟୁରୋ : ଆଉ ଦିନ କେଇଟା ପରେ ପାଳନ କରାଯିବ ନୂଆଖାଇ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଏହି କୃଷିଭିତିକ ପର୍ବ ପାଇଁ ମା ସମଲେଶ୍ୱରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି ।

ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୩ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହି ନବାନ୍ନ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ । ଏହାକୁ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ଲାଗି କରାଯିବ ।

ସୂଚନାଯୋଗ୍ୟ କି, ଆଜି ଅପରାହ୍ନରେ ବ୍ରାହ୍ମଣ ମହାସଭା ଦ୍ୱାରା ଏହି ଗଣପର୍ବର ଲଗ୍ନ ନିର୍ଘଂଟ କରାଯାଇଛି । ଝାଡୁଆପଦା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ପାଂଜି ଦେଖି ଲଗ୍ନ ନିର୍ଘଂଟ ନେଇ ନିଷ୍ପତି ନେଇଛନ୍ତି। ନବାନ୍ନ ଲାଗି ନେଇ ଲଗ୍ନ ନିର୍ଘଂଟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯାଇଛି ।

Related Posts