ଏସଟିଏଫକୁ ବଡ଼ ସଫଳତା; ୧.୨ କେଜି ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏସଟିଏଫକୁ ବଡ଼ ସଫଳତା । ତେବେ ଖୋର୍ଦ୍ଧା ଅଞ୍ଚଳରୁ ୩ ଜଣ ବ୍ରାଉନସୁଗାର ବେପାରୀ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ବେଗୁନିଆ ଗୋଡା ଲୋକନାଥ ସାହିର ରଞ୍ଜନ ପାଟ୍ଟଶାଣୀ ଓ ଲକ୍ଷ୍ମୀଧର ସ୍ବାଇଁ, ବାଙ୍କି ହରିରାଜପୁରର ଅମରେନ୍ଦ୍ର ମହାପାତ୍ର। ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା । ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts