ରାଉରକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ଏସ୍‌ଟିଏଫ୍‌ କୁ ମିଳିଛି ସଫଳତା । ବଜାରରୁ ଜବତ ହୋଇଛି ନକଲି ନୋଟ । ୧୬ଲକ୍ଷ ୧୧ହଜାର ଟଙ୍କାର ୫୦୦ଟଙ୍କିଆ ନକଲି ନୋଟ ଜବତ କରିଛି ଏସଟିଏଫ୍ । ଏହାସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ତେବେ ଏହି ମାମଲାରେ ଦିଲ୍ଲୀର ଏସକେ ମହମ୍ମଦ ନାମକ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍ ଟିମ ।

କୌଣସି ଏକ ସୁତ୍ରରୁ ଖବରପାଇ ଏସଟିଏଫ ରାଉଲକେଲା ସେକ୍ଟର ୧୫ ପୋଲିସ ଷ୍ଟେସନ ସ୍ଥିତ ସେକ୍ଟର ୧୭ ଅଞ୍ଚଳରେ ଚଢାଉ କରିଥିଲା । ସେଠାରୁ ୧୬ଲକ୍ଷ ୧୧ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ ଏସ କେ ମହମ୍ମଦକୁ ଗିରଫ କରିଛି ଏସଟିଏଫ ଟିମ । ଏହାସହ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଏସ କେ ମହମ୍ମଦ କିପରି ଏହି ନେଟୱର୍କ ଚଲାଇଥିଲା ସେ ନେଇ ତଦନ୍ତ ଜାରି‌ ରଖିଛି ଏସଟିଏଫ୍ । ଅନ୍ୟପଟେ ପୂର୍ବରୁ ମଧ୍ୟ ଜୁଲାଇ ମାସରେ ୨୯ଲକ୍ଷ ୪୧ହଜାର ଟଙ୍କାର ନକଲି ନୋଟ ଜବତ କରିଥିଲା ଏସଟିଏଫ୍।ଜୁଲାଇ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ ଜବତ କରିଥିଲା ଏସଟିଏଫ(STF) ଟିମ୍ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିଲେ । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ପୋଦାର ସାହୁ ଓ ଜନ୍ମେଞ୍ଜୟ ବାଗ । ଅଭିଯୁକ୍ତଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ନକଲି ନୋଟ ସହ ଲ୍ୟାପଟପ ଓ କଲର ପ୍ରିଣ୍ଟର ଜବତ କରାଯାଇଥିଲା ।
ସବୁଠୁ ବଡ କଥା ହେଉଛି ଏହି ଦୁଇ ଅଭିଯୁକ୍ତ ଏକ ଜନସେବା କେନ୍ଦ୍ରରେ ନକଲି ନୋଟ ତିଆରି କରୁଥିଲେ । ଏନେଇ ସୂଚନା ପାଇବା ପରେ ଏସଟିଏଫ ଟିମ୍ ସେଠାରେ ଚଢାଉ କରି ଦୁଇ ଜଣକୁ ଗିରଫ କରିଛି ଏବଂ ନକଲି ନୋଟ ଜବତ କରିଥିଲା । ଜବତ ହୋଇଥିବା ସମୁଦାୟ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ନୋଟ ମଧ୍ୟରେ ୫୦୦ ଓ ୨୦୦ ଟଙ୍କିଆ ନକଲି ନୋଟ ଥିବା ସୂଚନା ମିଳିଛି । ଏସଟିଏଫ ଡିଏସପି ସଚ୍ଚିତାନନ୍ଦ ରଥ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

Related Posts