
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାରତରେ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲର ଅପଲିଙ୍କିଙ୍ଗ୍ ଏବଂ ଡାଉନଲିଙ୍କିଙ୍ଗ୍ ପାଇଁ ମାର୍ଗଦର୍ଶିକା ୨୦୨୨କୁ ମଞ୍ଜୁରୀ ଦେଇଛନ୍ତି। ବିଶେଷକରି ମନୋଞ୍ଜନ ଚ୍ୟାନେଲ୍ ପାଇଁ ୩୦ ମିନିଟ୍ର ଦୈନିକ ରାଷ୍ଟ୍ରୀୟ ଜନହିତ ସହ ଜଡ଼ିତ ପ୍ରସାରଣକୁ ବାଧ୍ୟତାମୂଳକ କରାଯାଇଛି।
ଏହି ପଦକ୍ଷେପ ଦ୍ବାରା ଭୂଟାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଟେଲିଭିଜନ ଚ୍ୟାନେଲକୁ ସିଙ୍ଗାପୁର ବଦଳରେ ଭରତରୁ ଅପଲିଙ୍କ୍ କରିବାର ଅନୁମତି ମିଳିବା ନେଇ ଆଶା କରାଯାଉଛି। ସିଙ୍ଗାପୁର ଉପମହାଦ୍ବୀପରେ ପ୍ରସାରିତ ଚ୍ୟାନେଲଙ୍କ ପାଇଁ ଲୋକପ୍ରିୟ ଅପଲିଙ୍କିଙ୍ଗ୍ ହବ୍। ଅଧିକାରୀମାନେ କହିଛନ୍ତି ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ପଞ୍ଜୀକୃତ ପ୍ରାୟ ୮୯୭ ଚ୍ୟାନେଲ ମଧ୍ୟରୁ କେବଳ ୩୦ ଚ୍ୟାନେଲ ହିଁ ଭାରତରୁ ଅପଲିଙ୍କ୍ ହେଉଛନ୍ତି।
ଏହି ନିୟମ ପରେ କମ୍ପାନୀ ଡିଏସଏନଜି ବ୍ୟତୀତ ଡାଟା ସଂଗ୍ରହ କରୁଥିବା ଉପକରଣ ଯେମିତିକି ଅପ୍ଟିକ୍ ଫାଇବର, ବ୍ୟାଗ୍ ବ୍ୟାକ୍, ମୋବାଇଲ ଇତ୍ୟାଦିର ବ୍ୟବହାର କରିପାରିବେ, ଯାହା ପାଇଁ ଅନୁମତି ଆବଶ୍ୟକତା ହେବନାହିଁ। ସେ କହିଛନ୍ତି ଯେ ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟେଲିଭିଜନ ଚ୍ୟାନେଲ୍ ପାଇଁ ପ୍ରତିଦିନ ୩୦ ମିନିଟ୍ ପାଇଁ ରାଷ୍ଟ୍ରୀୟ ଏବଂ ସାର୍ବଜନିକ ହିତ ସହ ଜଡ଼ିତ ସାମଗ୍ରୀ ପ୍ରସାରିତ କରିବା ବାଧ୍ୟତାମୂଳକ ହେବ।