ନୂଆଦିଲ୍ଲୀ: ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ବଡ଼ ଚ୍ୟାଲେ୍ଜ ସୃଷ୍ଟି କରିଛି । ବିଜେପି କାହାକୁ ଟିକେଟ ଦେବ ସେନେଇ ଦ୍ଵାନ୍ଦ୍ରରେ ପଡ଼ିଯାଇଛି । ଆଶାୟୀ ଙ୍କ ସଂଖ୍ୟା ଅଧିକ୍ ଥିବା ବେଳେ, ଯାହାକୁ ନେଇ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ସେପଟେ, ଆପ୍ର ପ୍ରବେଶ ପରେ ଚଳିତ ନିର୍ବାଚନରେ ଗୁଜରାଟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ଅନ୍ୟପକ୍ଷେ ୨୦୦୨ ବିଧାନସଭା ନିର୍ବାଚନ ପରଠାରୁ ବିଜେପିର ଆସନ ସଂଖ୍ୟା ଲଗାତାର ଭାବେ କମିଚାଲିଛି। ଆପ୍ର ପ୍ରବେଶ ସହ ବିଜେପିର ଆସନ ସଂଖ୍ୟା ଆହୁରି ଅଧିକ ବିଗିଡ଼ିପାରେ। ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ବିଜେପି ଟିକେଟରେ ବୀରମଗାମ ବିଧାନସଭା ଆସନରୁ ଲଢ଼ିପାରନ୍ତି। ଅନ୍ୟପକ୍ଷେ ଅଳ୍ପେଶ ଠାକୁର ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ୨୦୧୭ ନିର୍ବାଚନ ପୂର୍ବରୁ ଏବଂ ୨୦୧୭ ପରଠାରୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୩୫ରୁ ଅଧିକ କଂଗ୍ରେସ ନେତା ବିଜେପି ଟିକେଟ ପାଇଁ ଆଶାୟୀ ଅଛନ୍ତି। ତେବେ ଚୂଡ଼ାନ୍ତ ତାଲିକାରେ କେତେଜଣ ରହିବେ ତାହା ସମୟ କହିବ।
୨୦୧୭ ପରଠାରୁ ୧୬ ଜଣ କଂଗ୍ରେସ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନେତା ବର୍ତ୍ତମାନ ସରକାରରେ ମନ୍ତ୍ରୀ ଅଛନ୍ତି। ତେବେ କଂଗ୍ରେସ ଛାଡ଼ି ଦେଇଥିବା ପ୍ରାୟ ୩୫-୪୦ ଜଣ ନେତା ବିଜେପି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି। ଚଳିତ ନିର୍ବାଚନରେ ଟିକେଟ୍ ଆବଣ୍ଟନ କରିବା ମଧ୍ୟ ବିଜେପି ପାଇଁ ଏକ ଚ୍ୟାଲେଂଜ ହୋଇଛି। ବିଜେପି ନିଜ ଦଳର ବରିଷ୍ଠ ନେତାଙ୍କ ସହ କଂଗ୍ରେସର ଲୋକପ୍ରିୟ ନେତାଙ୍କ ମଧ୍ୟରେ ସନ୍ତୁଳତ ରକ୍ଷା କରି ଟିକେଟ୍ ଦେବ। ମିଳିଥିବା ସୂଚନାନୁଯାୟୀ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ନମିଳିପାରେ। ସେମାନଙ୍କୁ ଦଳରେ ଅତ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ବିଜେପି ଏହା ଭଲଭାବେ ଅବଗତ ଯେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ନେତାଙ୍କୁ ଯଦି ଟିକେଟ୍ ନମିଳିବ ତେବେ ସେମାନେ ବିଜେପିର ଆଶାକୁ ଧୁଳିସାତ କରିଦେଇପାରନ୍ତି ।
