ଗୁଜରାଟରେ ଏଟିଏସକୁ ବଡ ସଫଳତା: ୫ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁଜରାଟ: ଡିସେମ୍ବର ପହିଲାରୁ ଗୁଜରାଟରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ତେବେ ଏନେଇ ରାଜନୀତି ସରଗରମ ରହିଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ବା ଏଟିଏସକୁ ବଡ ସଫଳତା ମିଳିଛି ।

ଏଟିଏସ ତରଫରୁ ବଡୋଦରାରେ ଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇ ୫ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଏନେଇ ଏଟିଏସର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।

ଏଟିଏସ କର୍ମଚାରୀଙ୍କ କହିବା ମୁତାବକ ମଙ୍ଗଳବାର ରାତିରେ ବଡୋଦରା ନିକଟରେ ଥିବା ଏକ ଛୋଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକାରୀ ଜଣଙ୍କ କହିଛନ୍ତି କି ଅଭିଯୁକ୍ତମାନେ ବୈଦ୍ଧ ରଶାୟନିକ ପଦାର୍ଥ ନିର୍ମାଣ ନାମରେ ଅବୈଦ୍ଧ ମେଡିସିନ ପ୍ରସ୍ତୁତ କରୁଥିଲେ । ଯାହାକି ଡ୍ରଗ୍ସ ଶ୍ରେଣୀଭୂକ୍ତ ।

ଗୋଟିଏ ପଟେ ଆସନ୍ତା କାଲି ଅର୍ଥାତ ଡିସେମ୍ବର ପହିଲାରେ ଗୁଜରାଟ ବିଧାନସଭା ପାଇଁ ପ୍ରଥମପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏତେ ପରିମାଣର ଡ୍ରଗ୍ସ ଜବତ ହେବା ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଇଛି । ଏହାକୁ ନେଇ ବିରୋଧୀମାନେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି

Related Posts