ଗୁଜୁରାଟ ହୀରା ବ୍ୟବସାୟୀଙ୍କ ଘୋଷଣା , ପଦକ ଜିତିଲେ ଭାରତୀୟ ମହିଳା ହକି ଟିମ୍ ଖେଳାଳୀଙ୍କୁ ଦେବେ ଘର ଏବଂ କାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ମହିଳା ହକି ଟିମ୍ ପଦକ ଜିତିଲେ ଘର ଆଉ କାର ଦେବେ ଗୁଜରାଟର ହୀରା ବ୍ଯବସାୟୀ। ଗୁଜୁରାଟର ଜଣେ ଆରବପତି ହୀରା ବ୍ୟବସାୟୀ ସାବଜୀ ଢୋଲାକିଆ ଭାରତୀୟ ମହିଳା ହକି ଦଳ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଘର ନିର୍ମାଣ କରିବାକୁ ଚାହୁଁଥିବା ଭାରତୀୟ ମହିଳା ହକି ଦଳର ଖେଳାଳିଙ୍କୁ ତାଙ୍କ କମ୍ପାନୀ ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବ ବୋଲି ଢୋଲକିଆ ପ୍ରତିଶୃତି ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ମହିଳା ହକି ଦଳ ପଦକ ଜିତନ୍ତି , ତେବେ ସେ ଘର ନିର୍ମାଣ ୧୧ ଲକ୍ଷ ଟଙ୍କା ଦେବେ ଏବଂ ଯଦି ପୂର୍ବରୁ ସେମାନଙ୍କର ଘର ଥାଏ ତେବେ ସେମାନଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର କାର ଦେବେ। ଉଲ୍ଲେଖଯୋଗ୍ୟ ଯେ ଢୋଲକିଆଙ୍କ କଂପାନୀ ତାଙ୍କ କର୍ମଚାରୀମାନଙ୍କୁ ବୋନସ୍ ଆକାରରେ ବହୁ ଭବ୍ୟ ଉପହାର ଦେବା ପାଇଁ ଜଣାଶୁଣା ।

ମଙ୍ଗଳବାର ଦିନ ହୀରା ବ୍ୟବସାୟୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ” ମୁଁ ଅତ୍ୟନ୍ତ ଗର୍ବର ସହ ଘୋଷଣା କରୁଛି ଯେ ମହିଳା ହକି ଦଳର ଖେଳାଳିଙ୍କୁ ସମ୍ମାନିତ କରିବାକୁ HK ଗ୍ରୁପ୍ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଖେଳାଳୀଙ୍କୁ ଯେଉଁମାନେ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହୁଁଛନ୍ତି, ଆମେ ତାଙ୍କୁ ୧୧ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବୁ। ”

ଅନ୍ୟ ଏକ ଟ୍ୱିଟ୍‌ରେ ଢୋଲାକିଆ ଲେଖିଛନ୍ତି ଯେ ଆମେରିକାର ମୋର ଭାଇଙ୍କ ବନ୍ଧୁ ଡ କମଲେଶ ଡାଭେ ପ୍ରତ୍ୟେକ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଭାରତୀୟ ଖେଳାଳିଙ୍କୁ ସାହାଯ୍ୟ କରିଥିବାରୁ ମୁଁ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ଧନ୍ୟବାଦ ଦେଉଛି। ଏହା କେବଳ ଆମ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବ ନାହିଁ, ବରଂ ଆଗାମୀ ଟୁର୍ନାମେଣ୍ଟରେ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ” ଆମେ ସେମାନଙ୍କୁ ପ୍ରେରଣା ଦେବା ଆବଶ୍ୟକ ଯାହା ଦ୍ବାରା ସେମାନେ ଆମ ଦେଶ ପାଇଁ ଅଧିକ ଗୌରବ ଆଣି ପାରିବେ ।”

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ ରେ ଭାରତ ୨-୧ରେ ପରାଜୟ ବରଣ କରିଛି । ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି ।ଏବେ ଭାରତ ପାଖରେ ପଦକ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଆଗାମୀ ୬ ତାରିଖରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ୍‌ ସହ ହେବାକୁ ଥିବା ଲଢ଼େଇରେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । ତେବେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ଆର୍ଜେଣ୍ଟିନା । ପୂର୍ବରୁ ସେମିଫାଇନାଲରେ ଗ୍ରେଟ୍ ବ୍ରିଟେନ୍‌କୁ ୫-୧ ଗୋଲରେ ହରାଇ ନେଦରଲ୍ୟାଣ୍ଡ ଫାଇନାଲରେ ପହଞ୍ଚି ସାରିଛି ।

Related Posts