
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଖୋଲା ଖୋଲି ଚାଲେଞ୍ଜ କରିଛନ୍ତି। ଡେରେକ ଏକ ଟେଲିଭିଜନ ଚ୍ୟାନେଲରେ କହିଛନ୍ତି ସେ( ଅମିତ୍ ଶାହା) ଯଦି ସଂସଦକୁ ଆସନ୍ତି ତେବେ ମୁଁ ମସ୍ତକ ମୁଣ୍ଡନ କରିବି । ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଏବେ ପେଗାସସ୍ ପ୍ରସଙ୍ଗକୁ ନେଇ ପଳାୟନପନ୍ଥୀ। ବିରୋଧୀଙ୍କୁ ସମ୍ମୁଖୀନ ହେବାକୁ ସେମାନଙ୍କର ସତସାହାସ ନାହିଁ ବୋଲି ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପେଗାସସ୍ ସହିତ ଚାଷୀଙ୍କ ସମସ୍ୟାକୁ ଏଡ଼େଇ ଦେଉଛନ୍ତି। ଏହି ସବୁ ପ୍ରସଙ୍ଗ ପାଇଁ କେବଳ ଗୃହମନ୍ତ୍ରୀ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।
ଏକ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ – ଡେରେକଙ୍କୁ ପଚରାଯାଇଥିଲା ଯେ ଆପଣ ଭାବୁନାହାଁନ୍ତି ଯେ ବିରୋଧୀମାନେ ପ୍ରକୃତ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ଉଚିତ, ତେବେ ସେ କହିଛନ୍ତି ଯେ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ , 15 ରୁ 16 ବିରୋଧୀ ଦଳ ସଂସଦରେ ସରକାରଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। କୃଷି ଆଇନ ସହିତ ଅର୍ଥନୀତି, ଚାକିରି ଏବଂ ଜାତୀୟ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ୍। କୃଷି ନିୟମକୁ ରଦ୍ଦ କରାଯିବା ଆବଶ୍ୟକ ।
ଡେରେକ ପ୍ରଶ୍ନ କରିଛନ୍ତି ଯେ ଆପଣ କେବେ ମୋଦୀ-ଶାହାଙ୍କୁ ପଚାରିଛନ୍ତି ଯେ ସେମାନେ ଅର୍ଥନୀତି, ଚାକିରି ଏବଂ ସୀମା ବିବାଦ ଉପରେ ଆଜି ପର୍ଯ୍ୟନ୍ତ କଣ କରିଛନ୍ତି ?
ଟିଏମସି ସାସଂଦ କହିଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନର ଭାବେ ନିଜ ପସନ୍ଦର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି, ସେପଟେ ରାଜଧାନୀରେ ଦଳିତ ନାବାଳିକା ପ୍ରତି ଗଣଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟିଛି। ଏଥିରେ ଗୃହମନ୍ତ୍ରୀ ସଂସଦକୁ ଆସି ଜବାବ ଦେବା ଉଚିତ୍ ନୁହେଁ କି ? ଦଳିତ ନାବାଳିକା ସହ କାହିଁକି ଗଣ ଦୁଷ୍କର୍ମର ଶିକାର ହେଲା ପ୍ରସଙ୍ଗରେ ଅମିତ ଶାହ ଯଦି ଲୋକସଭା ଅଥବା ରାଜ୍ୟସଭାରେ ଜବାବ ରଖନ୍ତି ତେବେ ମୁଁ ଏହି ସୋ କୁ ଆସି ମୋ ମସ୍ତକ ମୁଣ୍ଡନ କରିବି ବୋଲି କହିଛନ୍ତି।