ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ହେବ ଗୁଜରାଟର ମୋଢେରା: ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ଗୁଜରାଟର ମୋଢେରା ଗାଁ ଏବେ ସାରା ଦେଶରେ ସୁପରିଚିତ ହେବ । ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ହେବ ମୋଢେରା । ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପାରିଚାଳିତ ହେବ ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ଆଜି ସଂଧ୍ୟା ୫ଟା ୩୦ରେ ମୋଢେରାକୁ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଘୋଷଣା କରିବେ । ଭାରତ ସରକାର ଏବଂ ଗୁଜରାଟ ସରକାର ମେହସାଣାର ସୁଜାନପୁରାରେ ବ୍ୟାଟେରୀ ଏନେର୍ଜୀ ଷ୍ଟୋରେଜ୍ ସିଷ୍ଟମ ସହ ଏକକୃତ ସୌର ଉର୍ଜା ପରିଯୋଜନା କରିଛନ୍ତି । ଏହା ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି । ଏହା ମାଧ୍ୟମରେ ମୋଢେରାକୁ ୨୪ ଘଣ୍ଟା ଉର୍ଜା ଆଧାରିତ ବିଜୁଳି ପ୍ରଦାନ କରିବା ପାଇଁ ସୋଲାରାଇଜେସନ ଅଫ୍ ମୋଢେରା ସନ ଟେମ୍ପଲ ଆଣ୍ଡ ଟାଉନ ଯୋଜନାର ଆରମ୍ଭ କରିଥିଲେ ।

ଗୁଜରାଟ ସରକାର ଏହି ପରିଯୋଜନା ପାଇଁ ୧୨ ହେକ୍ଟର ଜମି ଆବଣ୍ଟିତ କରିଛନ୍ତି । ଏହି ପରିଯୋଜନା ପାଇଁ ଭାରତ ସରକାର ଏବଂ ଗୁଜରାଟ ସରକାର ଦୁଇଟି ପର୍ଯ୍ୟାୟରେ ୫୦:୫୦ ଆଧାରରେ ମିଳିତ ରୂପେ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସୌର ଉର୍ଜାରୁ ବିଜୁଳି ସୁବିଧା ପାଇବାକୁ ଥିବା ମୋଢେରାର ସମସ୍ତ ୧୩୦୦ ଘର ଉପରେ ଏକ କିଲୋୱାଟ କ୍ଷମତା ଥିବା ସୋଲାର ରୁଫଟଫ୍ ସିଷ୍ଟମକୁ ସ୍ଥାପନ କରାଯାଇଛି। ଏହି ପ୍ୟାନେଲ ଜରିଆରେ ଦିନ ବେଳା ବିଜୁଳି ଆବଶ୍ୟକତା ପୂରଣ କରାଯିବ। ଏବଂ ସଂଧ୍ୟାରେ ବିଇଏସଏସ ଅର୍ଥାତ ବ୍ୟାଟେରୀ ଏନର୍ଜୀ ଷ୍ଟୋରେଜ ସିଷ୍ଟମ ଜରିଆରେ ପ୍ରତି ଘରେ ବିଜୁଳି ପହଞ୍ଚିବ । ବିଶ୍ୱ ପ୍ରସିଦ୍ଧ ମୋଢେରା ସୂର୍ଯ୍ୟ ମନ୍ଦିରରେ ସୌର ଶକ୍ତିରେ ପରିଚାଳିତ ୩-ଡି ପ୍ରୋଜେକସନ ପର୍ଯ୍ୟଟକଙ୍କୁ ମୋଢେରାର ସମୃଦ୍ଧ ଇତିହାସ ବାବାଦରେ ଅବଗତ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା ମାଧ୍ୟମରେ ୫୦ ପ୍ରତିଶତ ଉର୍ଜା ଆବଶ୍ୟକତା ପୂରଣ କରିବାରୁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି

Related Posts