ଗୁଜରାଟର ମୋରବି ପୋଲ ଦୁର୍ଘଟଣା ଘଟଣା: ପରିବାରର ୫ ଶିଶୁଙ୍କ ସହ ୧୨ ଜଣଙ୍କୁ ହରାଇଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଗୁଜରାଟର ମୋରବି ପୋଲ ଦୁର୍ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅନେକ ନିଜ ପରିବାରର ଆତ୍ମୀୟଙ୍କୁ ହରାଇଛନ୍ତି । ଏହି ଘଟଣାରେ ବିଜେପିର ଜଣେ ସାଂସଦଙ୍କୁ ବଡ଼ କ୍ଷତି ହୋଇଛି । ବିଜେପି ସାଂସଦ ନିଜ ପରିବାରର ୧୨ ସଦସ୍ୟଙ୍କୁ ହାରାଇଛନ୍ତି । ସମ୍ୱାଦ ସରବାରହ ସଂସ୍ଥା ଏଏନଆଇ ଅନୁସାରେ, ରାଜକୋଟ ସାଂସଦ ମୋହନଭାଇ କୁଣ୍ଡାରିଆଙ୍କ ପରିବାରର ୧୨ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ନିଜେ ସାଂସଦ କୁଣ୍ଡାରିଆ ନିଜ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ।

ସାଂସଦଙ୍କ ବ୍ୟକ୍ତିଗତ ସଚିବ ଅନୁସାରେ, କୁଣ୍ଡାରିଆଙ୍କ ଭଉଣୀଙ୍କ ପରିବାରର ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେ କହିଛନ୍ତି, ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି।

ମୋରବିରେ ରବିବାରେ ସଂଧ୍ୟାରେ ସସ୍ପେନଶନ ବ୍ରିଜ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ ୧୪୨ ଜଣଙ୍କ ଜୀବନ ଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଦୁର୍ଘଟଣା ସମୟରେ ପୋଲ ଉପରେ ପ୍ରାୟ ୫୦୦ ଜଣ ଉପସ୍ଥିତ ଥିଲେ ।

ଦୁର୍ଘଟଣା ପରେ ମାଚ୍ଛୁ ନଦୀ ଉପରେ ନିର୍ମିତ ସସ୍ପେନଶନ ବ୍ରିଜର ମରାମତି କାମ କରୁଥିବା ଓରେଭା କମ୍ପାନି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଓରେଭା କମ୍ପାନି ଏବଂ ଦାୟୀ ଅଫିସରଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮ ଏବଂ ୧୧୪ ଅଧିନରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ମୋରବି ପୋଲିସ ଏବଂ ଗୁଜରାଟ ଏଟିଏସ କମ୍ପାନିର ୯ ଜଣ କର୍ମଚାରୀଙ୍କୁ ହେପାଜତକୁ ନେଇଛି

Related Posts