ଗୁଜରାଟ ଝୁଲାପାଲ ଭୁସୁଡ଼ିବା ଘଟଣା; ୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ମାଛୁ ନଦୀ ଝୁଲାପାଲ ଭୁସୁଡ଼ିବା ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ପୋଲିସ ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣ ଗିରଫ l।ଏହି ୪ ଜଣ ଝୁଲାପୋଲ ରକ୍ଷଣା ବେକ୍ଷଣ ସଂସ୍ଥାର କର୍ମଚାରୀ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଗୁଜୁରାଟର ମୋର୍ବି ସ୍ଥିତ ମାଖୁ ନଦୀ ଉପରେ ନିର୍ମିତ କେବୁଲ ବ୍ରିଜ ରବିବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଭୁସୁଡ଼ି ପଡ଼ିଥିଲା। ମୋର୍ବିରେ ହୋଇଥିବା ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁଯାୟୀ ମୋର୍ବି କେବୁଲ ବ୍ରିଜ ଭୁଶୁଡ଼ିବା ପରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ବ୍ରିଜ ଉପରେ ଉପସ୍ଥିତ ଥିଲେ। ବ୍ରିଟିଶ ସମୟର ମୋର୍ବି କେବୁଲ ବ୍ରିଜ ବୋଲି କୁହାଯାଉଛି । ଗୁଜୁରାଟୀ ନୂଆ ବର୍ଷ ଅବସରରେ ପର୍ଯ୍ୟଟକଙ୍କ ପାଇଁ ମୋର୍ବି କେବୁଲ ବ୍ରିଜ ୫ ଦିନ ପୂର୍ବରୁ ଖୋଲା ଯାଇଥିଲା ଏବଂ ବର୍ତ୍ତମାନ ସେତୁଟି ନଦୀରେ ପଡିଯାଇଛି।

ସେପଟେ ମୋର୍ବି କେବୁଲ ବ୍ରିଜ ପରିଚାଳନା କରୁଥିବା କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରଶ୍ନ ହେଉଛି, ଏତେ ସଂଖ୍ୟକ ଜନସାଧାରଣ ହଠାତ୍ ମୋର୍ବି କେବୁଲ ବ୍ରିଜରେ କିପରି ପହଞ୍ଚିଲେ? ଜନତାଙ୍କୁ ଅଟକାଇବା ପାଇଁ କାହିଁକି ବ୍ୟବସ୍ଥା କରାଯାଇନଥିଲା? ମୋର୍ବି କେବୁଲ ବ୍ରିଜ ଖୋଲିବା ପରେ ମାତ୍ର ୪ ଦିନରେ ପ୍ରାୟ ୧୨ ହଜାର ପର୍ଯ୍ୟଟକ ଏଠାରେ ପହଞ୍ଚିଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୈାଣସି ବ୍ୟବସ୍ଥା କାହିଁକି ନଥିଲା?

ଏହି ସମୟରେ ମୋର୍ବି କେବୁଲ ବ୍ରିଜର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପୋଲଟି ଭୁସୁଡିବା ସହିତ ଲୋକମାନେ ନଦୀରେ ପଡ଼ିଥିବାର ନଜର ଆସିଛନ୍ତି। ଏହି ସେତୁ ପ୍ରାୟ ଏକ ଶତାବ୍ଦୀ ପୁରୁଣା ଥିଲା । ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି ଯେ,ବ୍ରିଟିଶ ସମୟର ଏହି ‘ଝୁଲୁଥିବା ସେତୁ’ ଭାଙ୍ଗିଗଲା, ବେଳେ ଏଥିରେ ବହୁ ମହିଳା ଓ ଶିଶୁ ଉପସ୍ଥିତ ଥିଲେ।

Related Posts