ମହଙ୍ଗା ପଡିବ ବନ୍ଧୁକ ଆକ୍ସନ! କଡା କାର୍ଯ୍ୟାନୁଷ୍ଠାନ ଦାବି କଲା BCCI

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଫାଇନାଲ ପୂର୍ବରୁ ପାକିସ୍ତାନ ବିରୋଧରେ ଭାରତର ବଡ଼ ଆକ୍ସନ । ପାକ୍‌ କ୍ରିକେଟରଙ୍କ ବିରୋଧରେ ICC ନିକଟରେ ଫେରାଦ ହେଲା BCCI । ଏସିଆ କପ୍ ସୁପରଫୋର୍ ମ୍ୟାଚ୍‌ରେ ଖେଳାଳିଙ୍କ ଆତଙ୍କୀ ଆଚରଣ ବିରୋଧରେ କଲା ଅଭିଯୋଗ । ମ୍ୟାଚ ବେଳେ ଔଦ୍ଧତ୍ୟର ସବୁ ସୀମା ଟପିଥିଲେ ପାକିସ୍ତାନ କ୍ରିକେଟର ହାରିସ୍ ରୌଫ୍ ଓ ସାହିବଜାଦା ଫରହାନ । ଦୁହେଁ ପଡ଼ିଆରେ ଭାରତୀୟଙ୍କୁ ଉପହାସ କରିବା ସହ ଉସୁକାଇବା ଭଳି ଆଚରଣ କରିଥିଲେ ।

ଅର୍ଦ୍ଧଶତକ ପୂରା କରିବା ପରେ ଗନ୍ ଫାୟାର୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ୍ । ବ୍ୟାଟକୁ ଏମିତି ଧରିଥିଲେ, ଯେମିତି ବ୍ୟାଟ୍ ତ ନୁହେଁ AK-47 ଧରିଛନ୍ତି ଓ ଗୁଳି ଫୁଟାଉଛନ୍ତି । ସେପଟେ ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ବିମାନ ଖସାଇବା ଭଳି ଇସାରା କରିଥିଲେ ଆଉ ଭାରତୀୟଙ୍କ ମଜାକ ଉଡାଉଥିଲେ । ଯାହାକୁ ନେଇ ଆଇସିସିରେ ଅଭିଯୋଗ କରିଛି ଭାରତ । ଦୁହିଁଙ୍କ ବିରୋଧରେ ଦାବି କରିଛି କଠୋର କାର୍ଯ୍ୟାନୁଷ୍ଠାନ । ଏହି ଅଭିଯୋଗ ପରେ ICC ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି ।

ସେପଟେ BCCIର ଆକ୍ସନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ PCB ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ନାଁରେ କରିଛି ଅଭିଯୋଗ । ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର ପହଲଗାମ ପୀଡିତଙ୍କ ପ୍ରତି ସମାବେଦନା ଜଣାଇ ଅପେରସନ ସିନ୍ଦୂରରେ ସାମିଲ ଭାରତୀୟ ସେନାକୁ ବିଜୟ ଉତ୍ସର୍ଗ କରିଥିଲେ । ସୂର୍ଯ୍ୟଙ୍କ ଏହି ମନ୍ତବ୍ୟକୁ ‘ରାଜନୈତିକ’ କହି ଅଭିଯୋଗ କରିଛି PCB । ତେବେ ଏହି ମାମଲାରେ ICC କି ଆକ୍ସନ ନେବ, ତା’ ଉପରେ ସାରା କ୍ରିକେଟ ଜଗତର ନଜର ।

Related Posts