ସୁରକ୍ଷା ପାଇଁ ନୁହେଁ, ସୌକ୍ ପାଇଁ ରଖିଛି ବନ୍ଧୁକ : ନବ

ଭୁବନେଶ୍ୱର: ସଉକ ପାଇଁ ପାଖରେ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସମ୍ପତ୍ତି ତାଲିକା ଆସିବା ପରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ୍ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଅଛି ଲାଇସେନ୍ସ ପ୍ରାପ୍ତ ୨ଟି ରିଭଲବର ଏବଂ ଗୋଟିଏ ରାଇଫଲ । କାହିଁକି ବନ୍ଧୁକ ରଖିଛନ୍ତି ନବ ଦାସ, ଗଣମାଧ୍ୟମର ଏ ସଂକ୍ରାନ୍ତୀୟ ପ୍ରଶ୍ନରେ ପ୍ରତିକ୍ରିୟା ରଖି ନବ ଦାସ କହିଛନ୍ତି । ସୁରକ୍ଷା ପାଇଁ ନୁହେଁ ସୌଖିନ ପାଇଁ ରଖିଛନ୍ତି ବନ୍ଧୁକ ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି । ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ଥିବା ଜଣାପଡ଼ିଛି । ତାଙ୍କର ମୋଟ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ଟଙ୍କା ଓ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଥିବା ଜଣାପଡ଼ିଛି ।

Related Posts