ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ଅବନ୍ତିପୋରା ଜିଲ୍ଲା ଚାରସୋ ଅଞ୍ଚଳରେ ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ | ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଫଳରେ ସୁରକ୍ଷାକର୍ମୀଂକ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି | ଚାରସୋ ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ ସୁରକ୍ଷାବାହିନୀ ।
ଶେଷଥର ପାଇଁ ଜମ୍ମୁକାଶ୍ମୀରର ହଣ୍ଡୱାରାର ନିଚାମା ରାଜଓ୍ବାରରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।ସେହିପରି ଗଣ୍ଡରବାଲ ଓ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଲସ୍କର-ଏ-ତୋଏବାର ଆତଙ୍କୀ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦ ଓ ଜଣେ ପାକିସ୍ତାନୀ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା |





