ତେଲ ନ ଲଗେଇଲେ ନାହିଁ, କମ୍ ସେ କମ୍ ମୁଣ୍ଡ କୁଣ୍ଡେଇକି ତ ଆସିପାରିଥାନ୍ତେ ; ଓକିଲଙ୍କୁ ପରିହାସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ସର୍ବଦା କୌଣସି ନା କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାକୁ ନେଇ ଖବର ଆସିଥାଏ। ତେବେ ଗୁରୁବାର ସୁପ୍ରିମକୋର୍ଟରେ ଏମିତି ଏକ ମଜାଦାର ଘଟଣା ଘଟିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଜଷ୍ଟିସ ଅବଦୁଲ ନାଜିର ଏକ ଆତ୍ମାହତ୍ଯା ଘଟଣାର ଶୁଣାଣି କରୁଥିଲେ। ଠିକ୍ ଏହି ସମୟରେ, ଓକିଲଙ୍କ ମୋବାଇଲ୍ ବାରମ୍ବାର ବାଜିବାକୁ ଲାଗିଲା ଜଜ୍ ଏହା ଦେଖି କଟାକ୍ଷ କରିଥିଲେ। ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ଏହି ମାମଲାଟି ଆତ୍ମହତ୍ୟା ଏବଂ ପୀଡିତାଙ୍କ ଦ୍ୱାରା ଲିଖିତ ଏକ କଥିତ ନୋଟ୍ ସହିତ ଜଡିତ ଥିଲା।

 ମାମଲାର ଶୁଣାଣି ଚାଲିଥିବା ବେଳେ ଓକିଲ କୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରୁଥିଲେ। ” ମାମଲାରେ କୌଣସି ଲଭ୍ ଆଙ୍ଗେଲ ଥିଲେ, ଏହାର କୌଣସି ପ୍ରମାଣ ନାହିଁ।” ଓକିଲ କହୁଥିବା ସମୟରେ ହଠାତ୍ ତାଙ୍କର ମୋବାଇଲ୍ ରିଙ୍ଗ୍ ହୋଇଥିଲା। ନ୍ୟୁଜ ୱେବସାଇଟ୍ ‘ବାର୍ ଆଣ୍ଡ ବେଞ୍ଚ’ ରିପୋର୍ଟ ଅନୁଯାୟୀ, ପୂର୍ବରୁ ମଧ୍ୟ ଫୋନ୍ ଦୁଇଥର ବାଜିଥିଲା। ପୁଣି ଥରେ ମୋବାଇଲ ବାଜିବାରୁ ଜଷ୍ଟିସ୍ ନାଜିର କରି କହିଥିଲେ , ଏହା ପ୍ରକୃତରେ ଏକ ପ୍ରେମ କାହାଣୀ। ନଚେତ୍ ଆପଣଟିକେ ଆପଣଙ୍କ ବ୍ଯାକ୍ ଗ୍ରାଉଣ୍ଡ ଗୀତକୁ ଦେଖନ୍ତୁ।

ଜଜ୍ ଙ୍କ ଏହି କଥା ଶୁଣିବା ପରେ ଓକିଲ ଜଣକ ଚମକି ପଡ଼ିଲେ। ସଙ୍ଗେ ସଙ୍ଗେ କହିଲେ, ‘ଆଇ ଆମ୍ ରିଅଲି ସରି !  କିଛି ଷ୍ଟୁପିଡ୍ ଫୋନ୍ କଲ ଆସିଥିଲା ​​। ଏଥିରେ ଲଭ୍ ଆଙ୍ଗେଲ୍ ଦେଖାଇବାକୁ କୌଣସି ପ୍ରମାଣ ନାହିଁ। ଜଷ୍ଟିସ ନାଜିର କହିଥିଲେ , ‘ସୁଇସାଇଡ୍ ଲେଟର କେମିତି ଲେଖାଯାଇଛି ଟିକେ ଦେଖନ୍ତୁ। ଏଥିରୁ ଜଣାପଡୁଛି ଯେ ଏହା କୌଣସି ଓକିଲ ଲେଖିଛନ୍ତି । ଏହା ସମ୍ପୂର୍ଣ୍ଣ ପ୍ରଫେସନାଲ ! ‘

ସେହିପରି ସଡକ ଦୁର୍ଘଟଣା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜଣେ ଓକିଲଙ୍କୁ ଜଷ୍ଟିସ ନାଜିର କଟାକ୍ଷ କରିଥିଲେ ।  ସେ କହିଛନ୍ତି, ‘ଆପଣ ସୁପ୍ରିମକୋର୍ଟରେ ପକ୍ଷ ରଖୁଛନ୍ତି।  ଏଠାରେ ପକ୍ଷ ରଖିବା ସମ୍ମାନର ବିଷୟ। ତୁମ କେଶକୁ ଟିକେ ଦେଖ। ଜଜ୍ କହିଥିଲେ ଯେ, ” ମୁଁ ତୁମକୁ ତେଲ ଲଗାଇବାକୁ କହୁ ନାହିଁ, କମ୍ ସେ କମ୍ ମୁଣ୍ଡ କୁଣ୍ଡେଇ ଆସନ୍ତୁ।”

Related Posts