ଗୃହ କମ୍ପାଇଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ଚାଷ ଓ ଚାଷୀ ପ୍ରସଙ୍ଗରେ ଗୃହରେ ପାଣି ପିଆଇଛି କଂଗ୍ରେସ । ପ୍ରଥମ ଦିନରୁ ଏନେଇ ମୁଲତବୀ ଆଲୋଚନା କରିବାକୁ ଚାହିଁଛି କଂଗ୍ରେସ । ଆଜି ମଧ୍ୟ ଏନେଇ ମୁଲତବୀ ପ୍ରସ୍ତାବ ଦେଇଥିଲା ଦଳ । ହେଲେ ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ଗୃହର ମଧ୍ୟ ଭାଗକୁ ଆସି ହୋ-ହାଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । କୃଷି ଓ କୃଷକ ସମସ୍ୟା ରାଜ୍ୟର ଏକ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ବି ଏ ସଂପର୍କରେ ଗୃହରେ କାହିଁକି ଆଲୋଚନା ହେଉନାହିଁ ବୋଲି ପାଟି କରି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ସଦସ୍ୟମାନେ ଗୃହକୁ ଅଚଳ କରି ପକାଇଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ମୁଲତବୀ ପ୍ରସ୍ତାବ ନେଇ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି “ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଡରୁଛନ୍ତି ସରକାର । ତେଣୁ ଏନେଇ ଆଲୋଚନା ହେବାକୁ ଦେଉ ନାହାଁନ୍ତି । ଗୃହ ପରିଚାଳନା ପରାମର୍ଶଦାତା କମିଟିରେ ଦିନକୁ ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ କଥା ହୋଇଥିବା ବେଳେ ଏବେ ଏହା ଆଲୋଚନା ହେଉନାହିଁ ।”

ବଡକଥା ହେଉଛି , କଂଗ୍ରେସର ହୋ-ହାଲ୍ଲା ବେଳେ ଚୁପ ବସିଥିଲା ମୁଖ୍ୟ ବିରୋଧୀ ଦଳ ବିଜେପି । ଦଳୀୟ ବିଧାୟକ ଚୁପଚାପ ରହିଥିଲେ ବି ଚାଷୀ ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ । ତଥାପି ସେହି ସମୟରେ ଗୃହରେ ମାତ୍ର ୮ଜଣ ବିଧାୟକ ଉପସ୍ଥିତ ଥାଇ ସଦନକୁ ଅଚଳ କରି ପକାଇଥିଲା କଂଗ୍ରେସ ।

Related Posts