ହାପି ବର୍ଥ ଡେ ବିରାଟ କୋହଲି

ନୂଆଦିଲ୍ଲୀ :୩୪ ବର୍ଷ ବୟସରେ ପାଦ ଥାପିଲେ ଭାରତୀୟ କ୍ରିକେଟର ହେବିଓ୍ୱେଟ୍ ଷ୍ଟାର ବିରାଟ କୋହଲି । । ଆଜି ତାଙ୍କର ଜନ୍ମଦିନ । ୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମିଥିଲେ ବିରାଟ ।

୧୫ ବର୍ଷ ମଧ୍ୟରେ ଜଣେ ଶ୍ରେଷ୍ଠସ୍ତରର ଯୁବ ଖେଳାଳି ଭାବେ ପୂରା ବିଶ୍ୱରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । କୋହଲିଙ୍କ ନାମରେ ରହିଛି ଅନେକ ରେକର୍ଡ । ୨୦୦୮ରେ କୋହଲିଙ୍କ ନେତୃତ୍ୱରେ ଭାରତ ଜିତିଥିଲା ୧୯ ବର୍ଷରୁ କମ ବିଶ୍ୱକପ । ଶ୍ରୀଲଙ୍କା ବିପକ୍ଷରେ ୨୦୦୮ରେ କୋହଲି ଖେଳିଥିଲେ ପ୍ରଥମ ଦିନିକିଆ । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ ।

ବିରାଟଙ୍କ ନାମରେ ୪୩ଟି ଦିନିକିଆ ଓ ୨୭ ଟେଷ୍ଟ ଶତକ ସାମିଲ ଅଛି । ସେହିପରି ଦିନିକିଆରେ କୋହଲି କରିଛନ୍ତି ୧୧ ହଜାର ୮୬୭ ରନ ଓ ଟେଷ୍ଟରେ ୭ ହଜାର ୨୪୦ ରନ୍ । ଭାରତ ପାଇଁ ହାସଲ କରିଛନ୍ତି ସର୍ବାଧିକ ୭ଟି ଦ୍ୱି-ଶତକ । ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ । ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ବିରାଟ ଟପ୍ରେ ।

ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମାହେଲା ଜୟବର୍ଦ୍ଧନେଙ୍କୁ ପକାଇଛନ୍ତି ପଛରେ । କୋହଲି ନାଁରେ ୧୬୬୫ ରନ ରହିଥିବା ଜୟବର୍ଦ୍ଧନେଙ୍କ ନାଁରେ ୧୦୧୬ ରନ ରହିଛି । ଏହାସହ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି କୋହଲି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଶ୍ରଦ୍ଧାରେ ଡାକୁଥିଲେ ଚିକୁ । ଗୋଟିଏ କମିକ୍ କ୍ୟାରେକ୍ଟର ନାମ ଥିଲା ଚମ୍ପକ ଚିକୁ । ଏବେ ସେ ଚିକୁରୁ ବନିଯାଇଛନ୍ତି ‘GOAT’ ।

Related Posts