ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ହାର୍ଦ୍ଦିକ୍‌ ଓ ରାହୁଲ

ଫିଲ୍ମ ନିର୍ମାତା କରନ ଜୋହରଙ୍କ ଟକ୍‌ ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କୁ ବିସିସିଆଇର ପ୍ରଶାସନିକ କମିଟି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ମହିଳାମାନଙ୍କୁ ଅସମ୍ମାନିତ କରି ମନ୍ତବ୍ୟ ଦେଇଥିବାରୁ ସେମାନଙ୍କୁ କୈଫିୟତ୍ ଦେବାକୁ କମିଟି ନିର୍ଦ୍ଦେଶ ଦେଇଛି । ଏହାଛଡ଼ା ଭବିଷ୍ୟତରେ କ୍ରିକେଟରଙ୍କୁ ଏଭଳି ଟକ୍ ସୋ’ରେ ଭାଗ ନେବା ପାଇଁ ବାରଣ କରିବାକୁ ଚିନ୍ତା କରୁଛି ବିସିସିଆଇ ।

ସୋ’ରେ ପାଣ୍ଡ୍ୟା କହିଥିଲେ ଯେ, ତାଙ୍କ ପରିବାର ବେଶ୍ ଖୋଲା ମିଜାଜ୍‌ର । ତେଣୁ ସେ କୌଣସି ଝିଅଙ୍କ ସହ ଶାରିରୀକ ସଂପର୍କ ରଖିଲେ ବି ବାରଣ ନ ଥାଏ । ହାର୍ଦ୍ଦିକଙ୍କ ଏହି ବୟାନ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିସିସିଆଇ । ପାଣ୍ଡ୍ୟା ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ ବି ବିସିସିଆଇ ଏଥିରେ ସନ୍ତୁଷ୍ଟ ହୋଇନାହିଁ । ଆଉ ବୋର୍ଡ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

Related Posts