କୋଚ୍‌ ପଦରୁ ଗଲେ ହରେନ୍ଦ୍ର ସିଂ

ହରେନ୍ଦ୍ର ସିଂହଙ୍କୁ ସିନିଅର ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ହଟାଯାଇଛି । ହରେନ୍ଦ୍ରଙ୍କ ତତ୍ତ୍ବାବଧାନରେ ଭାରତୀୟ ହକି ଦଳ ଏସିଆନ୍‌ ଗେମ୍ସ ଓ ଭୁବନେଶ୍ବର ହକି ବିଶ୍ବକପ୍‌ରେ ଖେଳିଥିଲା । କିନ୍ତୁ ଏଥିରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ହକି ଇଣ୍ଡିଆ ହାଇ ପରଫରମାନ୍ସ ଆଣ୍ଡ ଡେଭଲପମେଣ୍ଟ୍ କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ପରେ ହରେନ୍ଦ୍ରଙ୍କୁ ହଟାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ, ହରେନ୍ଦ୍ରଙ୍କୁ ଜୁନିଅର ପୁରୁଷ ହକି ଦଳର କୋଚ୍ ଭାବେ ଦାୟିତ୍ବ ଦିଆଯାଇଛି । ସିନିଅର ପୁରୁଷ ହକି ଦଳର ମୁଖ୍ୟ କୋଚ୍ ପାଇଁ ଆବେଦନ ଆହ୍ବାନ କରିଛି ହକି ଇଣ୍ଡିଆ । ହରେନ୍ଦ୍ରଙ୍କୁ 2018 ମେ ମାସରେ ଭାରତୀୟ ସିନିଅର ହକି ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଥିଲା । ଗତ 6 ବର୍ଷରେ ହକି ଇଣ୍ଡିଆ 6 ଜଣ କୋଚ୍‌ଙ୍କୁ ବଦଳିସାରିଲାଣି ।

Related Posts