ଚାକିରି ଛାଡ଼ିଲେ କାଶ୍ମୀରର ପ୍ରଥମ IAS ଟପ୍ପର

ଜାମ୍ମୁ ଓ କାଶ୍ମୀରର ପ୍ରଥମ IAS ଟପ୍ପର ଶାହ ଫୌଜଲ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେବେ । ବାରମୁଲା ନିର୍ବାଚନ ମଣ୍ଡଳୀରୁ ସେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଜମ୍ମୁ ଓ କଶ୍ମୀରର ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଗତବର୍ଷ ଜୁଲାଇରେ ଫୈଜଲ ଏକ ଟ୍ବିଟକରି ବିବାଦୀୟ ହୋଇ ପଡ଼ିଥିଲେ । ଦିନକୁ ଦିନ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏହି ବିବାଦୀୟ ଟ୍ବିଟ କରିଥିଲେ । ୨୦୧୦ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଟପ୍‌ କରିଥିବା ଶାହ ଫୈଜଲ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ମାତ୍ର ଏଥିପାଇଁ ପ୍ରକ୍ରିୟା ବିଳମ୍ବିତ ହେବାରୁ ସେ ନଜ ଆଡୁ ଇସ୍ତଫା ଦେଇଛନ୍ତି । ଆଇଏଏସ୍‌ ଚାକିରି ପାଇବା ପରେ ଫୈଜଲ କଶ୍ମୀରରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ ଥିଲେ ।

Related Posts