ବିଶ୍ୱକପର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପ ମଝିରେ ଟିମ୍‌ ଇଣ୍ଡିଆ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱାର୍ଲ୍ଡ କପ୍‌-୨୦୨୩ରୁ ବାହାର ହୋଇଯାଇଛନ୍ତି। ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅବଶିଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି।

ଆହତଜନିତ ସମସ୍ୟାରୁ ମୁକୁଳି ହାର୍ଦ୍ଦିକ ପାଣ୍ଡ୍ୟା ସେମି ଫାଇନାଲ ନଚେତ ଫାଇନାଲରେ ଦଳକୁ ଫେରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ। ମାତ୍ର ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି ହୋଇଛି।

ସୂଚନାଯୋଗ୍ୟ ଯେ, ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏପର୍ଯ୍ୟନ୍ତ ସେ ଏହି ସମସ୍ୟାରୁ ମୁକୁଳି ପାରି ନାହାନ୍ତି।

ଚଳିତ ୱାର୍ଲ୍ଡ କପ୍‌ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଦଳ ୭ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚର ବିଜେତା ହୋଇ ପାରିଛି। ଆସନ୍ତା ୫ ତାରିଖରେ ଭାରତୀୟ ଦଳ ସାଉଥ ଆଫ୍ରିକ ସହ ଓ ୧୨ ତାରିଖରେ ନେଦରଲାଣ୍ଡକୁ ଭେଟିବ । ଏହାପରେ ୧୫ କିମ୍ବା ୧୬ ତାରିଖରେ ସେମି ଫାଇନାଲ ଓ ୧୯ ତାରିଖରେ ହେବ ୱାର୍ଲ୍ଡ କପ୍‌ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Related Posts