ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ୍ ୨ରେ ବିଜେପରେ‌ ଯୋଗ ଦେବେ ହାର୍ଦ୍ଦିକ ପଟେଲ୍ । ସେପଟେ ୧୮ ତାରିଖରେ ଟ୍ବିଟ୍ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ସେ ଟ୍ବିଟ୍ କରି ଲେଖିଥିଲେ, ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ।

ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର‌୍ୟ୍ୟ କରିପାରିବ।’ । ଅନ୍ୟପଟେ ଏପ୍ରିଲ୍ ମାସରେ ଅହମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଟେଲ୍ ଭେଟିଥିଲେ। ତେଣୁ, ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।