ବିଜେପିରେ ଖୁବ ଶୀଘ୍ର ଯୋଗ ଦେବେ ପାଟିଦାର ନେତା ହାର୍ଦ୍ଦିକ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିରେ ଖୁବ ଶୀଘ୍ର ଯୋଗ ଦେବେ ପାଟିଦାର ନେତା ହାର୍ଦ୍ଦିକ ପଟେଲ । ମିଡିଆ ସୂତ୍ର ଅନୁଯାୟୀ, ହାର୍ଦ୍ଦିକଙ୍କ ବିଜେପିରେ ଯୋଗ ଦେବା ନେଇ ତାରିଖ ମଧ୍ୟ ସ୍ଥିର ହୋଇ ଯାଇଛି। ଆସନ୍ତା ତିନିରୁ ଚାରି ଦିନ ଭିତରେ ହାର୍ଦ୍ଦିକ ପଦ୍ମ ଧରିବେ। ଏକ ଟିଭି ସାକ୍ଷାତକାରରେ ହାର୍ଦ୍ଦିକ ଖୋଦ୍ ଜଣାଇଛନ୍ତି ଯେ, ଏହି ତାରିଖରେ ସେ ବିଜେପିରେ ଯୋଗ ଦେବେ।

କଂଗ୍ରେସରୁ ବାହାରିବା ପରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ୍ ସମସ୍ତ ବିରୋଧ ମଧ୍ୟରେ ବିଜେପିରେ ଯୋଗ ଦେଇ ପାରନ୍ତି। ଗୁଜରାଟରେ ଅନ୍ୟ ପାଟିଦାର ମଧ୍ୟ ବିଜେପିରେ ପୂର୍ବରୁ ମିଶି ସାରିଛନ୍ତି। ହେଲେ ସେମାନେ ହାର୍ଦ୍ଦିକଙ୍କ ବିଜେପିରେ ସାମିଲ୍ ନେଇ ଖୁସି ନାହାନ୍ତି। ଏହି ସବୁ ନେତାଙ୍କ ବିରୋଧ ମଧ୍ୟରେ ହାର୍ଦ୍ଦିକ ପଟେଲ୍ ନିଜେ ଦାବି କରିଛନ୍ତି ଯେ, ସେ ମେ ୩୦ କିମ୍ବା ୩୧ ତାରିଖରେ ବିଜେପିରେ ଯୋଗ ଦେବେ।

Related Posts