ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ସାଂସଦ ହରିବଂଶ ନାରାୟଣ ସିଂହ । ତେବେ ଏପ୍ରିଲ ୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। କେନ୍ଦ୍ର ମନ୍ତ୍ରୀ ତଥା ଗୃହର ନେତା ଜେପି ନଡ୍ଡା ହରିବଂଶଙ୍କ ନିର୍ବାଚନ ପାଇଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ନିର୍ଦ୍ବନ୍ଦ୍ବରେ ଗୃହୀତ ହୋଇଥିଲା । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ପୁନଃନିର୍ବାଚିତ ହେବା ପାଇଁ ଅଭିନନ୍ଦନ ଜଣାଇବା ସହିତ ଉଚ୍ଚ ସଦନର କାର୍ଯ୍ୟକାରିତାରେ ତାଙ୍କର ଅଭିଜ୍ଞତା ଏବଂ ଅବଦାନକୁ ପ୍ରଶଂସା କରିଛନ୍ତି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।