ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁସାନଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ମାର୍‌ପିଟ ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ। ବରଂ ସମାଧାନ ପଇଁ ଡିସିପିଙ୍କ ପାଖରେ ଫେରାଦ ହେବାକୁ ଦେଲେ ପରାମର୍ଶ। ମିଳିଥିବା ଖବର ଅନୁସାରେ, ଗତ ବର୍ଷ ଜୁଲାଇ ମାସରେ ବାବୁସାନ ପତ୍ନୀ ତୃପ୍ତୀଙ୍କ ସହ ମାର୍‌ପିଟ ଘଟଣାକୁ ନେଇ ପ୍ରକୃତି ମିଶ୍ର ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ବିରୋଧରେ ଥାନାରେ ମାମଲା ଦେଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ହେଲେ ପୋଲିସ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୋମବାର କୋର୍ଟ ଏହି ମାମଲାରେ ପ୍ରତିକ୍ରିୟା ଦେଇ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ପ୍ରକୃତି ମିଶ୍ର ଭୂବନେଶ୍ୱର ଡିସିପିଙ୍କୁ ଭେଟି ତାଙ୍କ ଅଭିଯୋଗ ଜଣାଇପାରିବେ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।

ସୂଚନା ଥାଉକି, ୨୦୨୨ ଜୁଲାଇ ୨୩ ତାରିଖରେ ସକାଳେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ କେଉଁଆଡ଼େ ଯାଉଥିବା ବେଳେ ବାବୁଶାନଙ୍କ ପତ୍ନୀ ତୃପ୍ତୀ ସେମାନଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିଥିଲେ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଛନ୍ତି। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି ତୃପ୍ତୀ ଅଭିଯୋଗ କରି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ବାବୁଶାନ୍ ପ୍ରତିବାଦ କରିଥିବାରୁ, ତାଙ୍କୁ ମଧ୍ୟ କାରରୁ ଟାଣି ଆଣି ମାଡ଼ ମାରିଥିଲେ ପତ୍ନୀ। ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଭାଇରାଲ୍ ହୋଇଥିଲା।

ଏହାପରେ ଘଟଣା ଦିନ ସନ୍ଧ୍ୟାରେ ଉଭୟ ପ୍ରକୃତି ମିଶ୍ର ଓ ତୃପ୍ତୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଏତେଲା ଦିଆଯାଇଥିଲା। ଦିନ ବେଳେ ସଂଗୀତ ନିର୍ଦ୍ଦେଶକ ତଥା ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ଥାନାରେ ପହଞ୍ଚି ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ। ସନ୍ଧ୍ୟାରେ ବୋହୂ ତୃପ୍ତୀ ସହ ମିଶି ଅପରାଜିତ ଖାରବେଳ ନଗର ଥାନାରେ ଏତେଲା ଦେଇଥିଲେ।

ହେଲେ ଘଟଣାର ମାସେ ବିତିଯାଇଥିଲେ ମଧ୍ୟ ପୁଲିସ ପ୍ରକୃତିଙ୍କ ମାମାଲରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାପରେ ଅଗଷ୍ଟ ୨୩ ତରିଖରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପ୍ରକୃତିଙ୍କ ପରିବାର। ଏହାପରେ କୋର୍ଟ ପ୍ରକୃତି ମିଶ୍ରଙ୍କ ଏତଲାରେ ପୋଲିସର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ବିଷଯରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟଙ୍କୁ ପୁଲିସନ ମୋଟିସ କରି ପଚାରଉଚରା କରିଥିଲା। ଏହାପରେ ମାମଲା ଆଗେଇ ନଥିଲା।

ଆଜି ଏନେଇ ମାମଲାର ଶୁଣାଣି କରି ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ସମସ୍ୟାର ସମାଧାନ ପାଇଁ ପ୍ରକୃତି ଭୁବନେଶ୍ୱର ଡିସିପିଙ୍କୁ ଭେଟି ଅଭିଯୋଗ ଜଣାନ୍ତୁ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।