‘ତାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ସେ ନବୀନଙ୍କୁ ଟେକି ଫୋପଡ଼ି ପାରିବେ ନାହିଁ’; ଜୟନାରାୟଣଙ୍କ ମନ୍ତବ୍ୟର ଜବାବ ଦେଲେ ପ୍ରମିଳା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ବିଜେପି ପକ୍ଷରୁ ସ୍ଥାନୀୟ ଜନତା ମଇଦାନରେ ବିଜେପିର ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ ହୋଇଛି। ଏହି ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନବୀନଙ୍କୁ ବଙ୍ଗୋପସାଗରକୁ ଫିଙ୍ଗି ଦେବା। ସେ ଓଡ଼ିଶାର ସାଧକ ନୁହେଁ ଓଡ଼ିଶା ପାଇଁ ବାଧକ। ତେବେ ଜୟନାରାୟଣଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବିଜେଡ଼ି ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ପ୍ରମିଳା କହିଛନ୍ତି ଯେ, ନବୀନଙ୍କ ଓଜନ ଏତେ ସେ ନବୀନଙ୍କୁ ଟେକି ପାରିବେନି। ଟେକିକି ନେଇ ପାରିବେନି କି ଫୋପାଡି ପାରିବେନି। ସମ୍ବଲପୁର ପାହାଡିଆ ଅଂଚଳରୁ ମହାସାଗର ପର୍ଯ୍ୟନ୍ତ ସେ ଚାଲିକି ଆସି ପାରିବେନି। ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହିଁ। ନବୀନଙ୍କୁ ଟେକି ଫୋପଡ଼ିବାର ସତସାହାସ ତାଙ୍କର ନାହିଁ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା । ସେ ଆହୁରି କହିଛନ୍ତି ଯେ, ୨୦୨୪ ରେ ମଧ୍ୟ ବିଜେପି ହତାଶ ହେବ। ଓଡ଼ିଶାର ଲୋକ ନବୀନଙ୍କ ସହ ଅଛନ୍ତି। ନବୀନଙ୍କ ବିକାଶ ଧାରାରେ ସାରା ରାଜ୍ୟ ସାମିଲ ହୋଇଛି । ସେମାନେ ସମାଲୋଚନାରେ ବ୍ୟସ୍ତ ରୁହନ୍ତୁ । ନବୀନ ଓଡ଼ିଶାର ଉନ୍ନତି କରି ଚାଲିବେ। ୨୦୧୯ ରେ ବିଜେପି ମିଶନ ୧୨୦ ପୋଷ୍ଟର ମାରିଥିଲା, କିନ୍ତୁ ରାଜ୍ୟରେ ପଦ୍ମ ଫୁଟିଲାନି। କଂଗ୍ରେସ କହିଥିଲା ହାତ ଉଠିବ ସେ ବି ଉଠିଲାନି। ଚାରିଆଡ଼େ ଖାଲି ଶଙ୍ଖ ବାଜିଲା ବୋଲି ସେ କହିଛନ୍ତି।

Related Posts