ମୁଖ୍ୟମନ୍ତ୍ରୀ ଓଡିଶାର ସାଧକ ନୁହେଁ, ଓଡିଶା ପାଇଁ ବାଧକ ତାଙ୍କୁ ବଙ୍ଗୋପସାଗରରେ ଫିଙ୍ଗି ଦେବା: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ଓଡିଶାର ସାଧକ ନୁହେଁ, ଓଡିଶା ପାଇଁ ବାଧକ ତାଙ୍କୁ ବଙ୍ଗୋପସାଗରରେ ଫିଙ୍ଗି ଦେବା। କିଛି ଏଭଳି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗୁରୁବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ଭୁବନେଶ୍ବରରେ ବିଜେପିର ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ଜୟନାରାଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ, ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ କିଛି କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାର ସାଧକ ନୁହେଁ, ଓଡିଶା ପାଇଁ ବାଧକ । ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଓ ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନମ୍ବର । ସେ ଏହି ଏକ ନମ୍ବର ପୁରସ୍କାର କେମିତି ପାଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି ବୋଲି ସେ କହିଛନ୍ତି । ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏକ ହୁଅନ୍ତୁ, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପସାଗରରେ ଫିଙ୍ଗି ଦେବା । ଏ ସରକାରକୁ ଭାଙ୍ଗି ଓଡିଶାରେ ବିଜେପି ସରକାର ଗଠନ କରିବା ବୋଲି ସେ କହିଛନ୍ତି ।

Related Posts