ଇମ୍ରାନ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ନେଇ ସମର୍ଥକଙ୍କ ବିରୋଧ: କମ୍ପିଲା ‘ଚୌକିଦାର ଚୋର୍ ହୈ ନାରା’

ପାକିସ୍ତାନ: ପାକିସ୍ତାନ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ହଟିଛନ୍ତି ଇମ୍ରାନ ଖାନ୍‌ | ସେପଟେ ଇମ୍ରାନ୍ଙ୍କ ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ବିରୋଧରେ ପାକିସ୍ତାନ ତହରିକ-ଏ-ଇନସାଫ ରବିବାର ରାତିରେ ଦେଶର ଅନେକ ସହରରେ ରାଲି କରିଛି । ଇସଲାମାବାଦ, କରାଚି, ପେଶଓ୍ବାର ଏବଂ ଲାହୋର ସହ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହି ରାଲି ବେଳେ ପ୍ରଦର୍ଶନକାରୀ ବିରୋଧୀଙ୍କ ବିରୋଧରେ ନାରାବାଜି କରିବା ସହ ଇମ୍ରାନ ଖାନ୍ଙ୍କୁ ଅବିଶ୍ବାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏଥିସହ ଇମ୍ରାନଙ୍କ ସମର୍ଥକମାନେ ଚୌକିଦାର ଚୋର୍ ହୈ ନାରା ଦେଇ ବିରୋଧ ପ୍ରଦର୍ସନ କରିଥିଲେ । ପଞ୍ଜାବର ଲଲ ହବେଲିରେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ । ବିରୋଧ ପ୍ରଦର୍ଶନକାରୀ ସେନାକୁ ଚୌକିଦାର କହି ଚୋର ବୋଲି ସମ୍ବୋଧନ କରୁଥିଲେ । ଯିଏକି ଇମ୍ରାନ ଖାନ୍ଙ୍କ ଜନାଦେଶକୁ ଚୋରି କହିଛନ୍ତି ।

ସେପଟେ ଏହି ଆନ୍ଦୋଲନର ଏକ ଭାଇରାଲ ଭିଡିଓରେ ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ପ୍ରଦର୍ଶନକାରୀଙ୍କୁ ଦେଶର ସେନା ବିରୋଧରେ ନାରାବାଜି ନକରିବାକୁ କହୁଥିବା ଦେଖିବାକୁ ମିଳିଛି । ସେ କହୁଥିଲେ ନାରାବାଜି କରନାହିଁ ଆମେ ଶାନ୍ତିରେ ଲଢିବା । ସେ ଆହୁରି କହିଥିଲେ ଯେ, ଯଦି ତୁମେ ଦେଶକୁ ବଞ୍ଚାଇବାକୁ ଚାହୁଁଛ ରାତିର ଅନ୍ଧକାରରେ ନୁହେଁ ବରଂ ଦିନର ଆଲୋକରେ ନିଷ୍ପତ୍ତି ନିଅନ୍ତୁ । ୨୯ ତାରିଖରେ ଇଦ୍ । ପ୍ରସ୍ତୁତ ରୁହନ୍ତୁ ଆମେ ପ୍ରତିଦିନ ଲାଲ ହବେଲୀରୁ ଜେଲ୍ ଭରୋ ଆନ୍ଦୋଳନ କରିବା । ମୁଁ ନିଜେ କରାଚୀରୁ ଆନ୍ଦୋଳନରେ ସାମିଲ ହେବି । ସେ କହିଲେ ଯେ, ସେ ସମସ୍ତ ସିନ୍ଧିମାନଙ୍କୁ କହିବେ ଯେ ସେମାନେ ଚୋର, ଧୋକାବାଜ୍ଜ ଏବଂ ଲୁଟେରା ।

ଅନ୍ୟପଟେ ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଚୟନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ ସରିଫ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମେହମୁଦ କ୍ୟୁରେସୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।

ଆଜି ଅପରାହ୍ଣ ୨ଟାରେ ସଂସଦର ଅଧିବେଶନ ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଭୋଟିଂ କରାଯିବ । ତେବେ ବିରୋଧୀ ଦଳ ପାଖରେ ସାଂସଦଙ୍କ ସଂଖ୍ୟା ବଳ ଥିବାରୁ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ସତା ପରିବର୍ତନକୁ ନେଇ ମିଳିତ ବିରୋଧୀ ଦଳଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଟୁଇଟରେ ସେ ଲେଖିଛନ୍ତି ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହେଲା । କିନ୍ତୁ ଦେଶରେ କ୍ଷମତା ପରିବର୍ତନ ପାଇଁ ବିଦେଶୀ ଷଡଯନ୍ତ୍ର ବିରୋଧରେ ଆଉ ଏକ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହେଲା । ପାକିସ୍ତାନର ଜନତା ଦେଶର ସାର୍ବଭୌମତ୍ୱ ଓ ଗଣତନ୍ତ୍ରକୁ ବଂଚାଇବା ପାଇଁ ସବୁ ବେଳେ ଆଗକୁ ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆଗେଇ ଆସିବେ ।

Related Posts