ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 10 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 10 କର୍ମଚାରୀଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତ ସମସ୍ତ 10 କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ତାଙ୍କ ସଂସ୍ପର୍ଶରେ ଆସିଥିବା ବାକି କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରି ପରୀକ୍ଷଣ କରାଯାଇଥିଲା ।‌ ପରେ ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ 10 ଜଣ ସଂକ୍ରମିତ ହୋଇଥିବାର ଜଣା ପଡିଥିଲା ।

Related Posts