ଟେଲି କଳାକାରଙ୍କ ସନ୍ଦେହଜନକ ମୃତ୍ୟୁ

ଟେଲି ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ସହ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରୁଛି । ସମୀର ଶର୍ମାଙ୍କ ମୃତଦେହ ମୁମ୍ବାଇର ମାଲାଡରେ ଥିବା ଘରେ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ମିଳିଛି । ସୂଚନାଯୋଗ୍ୟ ଯେ ସମୀର ‘କାହାନୀ ଘର ଘର କି’ ଭଳି ଅନେକ ପପୁଲାର ଟେଲି ସରିୟଲରେ ଅଭିନୟ କରିଛନ୍ତି |

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସମୀରଙ୍କୁ କେହି ଦେଖିନଥିଲେ । ଯେତେବେଳେ ତାଙ୍କ ଫ୍ଲାଟରୁ ର୍ଦୁଗନ୍ଧ ବାହାରିବାକୁ ଲାଗିଲା, ଏହା ପରେ ତାଙ୍କ ଆପାର୍ଟମେଣ୍ଟ ଜଗୁଆଳି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘର ଖୋଲିବା ପରେ ଫ୍ୟାନରେ ଅଭିନେତା ସମୀର ଶର୍ମାଙ୍କ ମୃତଦେହକୁ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

କୁହାଯାଉଛି ଯେ ସମୀର ଶର୍ମାଙ୍କର ପ୍ରାୟ ଦୁଇ ଦିନ ପୂର୍ବେ ମୃତ୍ୟୁ ଘଟିଛି ​​ଏବଂ ଯେତେବେଳେ ଶରୀରରୁ ଦୁର୍ଗନ୍ଧ ଆସିବା ଆରମ୍ଭ ହୋଇଥିଲା, ସେତେବେଳେ ତାଙ୍କ ଆଖପାଖର ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ। ଏହା ପରେ ପୋଲିସକୁ ଡକାଯାଇଥିଲା।

Related Posts