ମାଲକାନାଗିରିରେ ଲଗାଣ ବର୍ଷା; ୩୨୬ ନଂ ଜାତୀୟ ରାଜପଥରେ ୫ ଫୁଟ ଉଚ୍ଚର ପାଣି, ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏହି ବର୍ଷ ଫଳରେ ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ ହୋଇଛି। ଜିଲ୍ଲାର ମୋଟୁ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଲଗାଣ ବର୍ଷା ଯୋଗୁ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଓ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଛିଡ଼ା ହୋଇ ରହିଛି।

ମାଲକାନଗିରି ଭଳି ପାହାଡ଼ିଆ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଝାପ୍ରା ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ହୋଇରହିଛି। ସେହିପରି କାଙ୍କରକୋଣ୍ଡା ପୋଲ ଉପରେ ୩ ଘଣ୍ଟା ଧରି ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Related Posts