କମେଣ୍ଟମରାକୁ ନେଇ ଜଘନ୍ୟ କାଣ୍ଡ: ଜଣେ ମୃତ, ୩ ଗିରଫ

କୋରାପୁଟ: କମେଣ୍ଟମରାକୁ ନେଇ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତ ଆକ୍ରମଣ କରିଥିଲେ ୩ ଯୁବକ । ଫଳରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ। ଏମିତି ଘଟଣା ଘଟିଛି କୋରାପୁଟ ସହରରେ। ଏହି ଘଟଣାରେ କୋରାପୁଟ ଟାଉନ୍ ପୋଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି।

କୋରାପୁଟ ସହରରେ ଜଣେ ଯୁବକ ତାଙ୍କ ଯୁବତୀ ବନ୍ଧୁଙ୍କ ସହିତ ଯାଉଥିବା ସମୟରେ ରାସ୍ତାକଡ଼ରେ ଥିବା ୪ ଜଣ ଯୁବକ କମେଣ୍ଟ ମାରିଥିଲେ । ଉକ୍ତ ଯୁବକ ଏହାକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ ରଙ୍ଗବାଲି କୁମ୍ଭାର ୪ ଜଣ ଯୁବକ । ଗୁରୁତର ଅବସ୍ଥାରେ ଯୁବକ ଜଣକ ୱାଇଯାକ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଏହି ଘଟଣାରେ କୋରାପୁଟ ଟାଉନ୍ ପୋଲିସ ଅଧିକାରୀ ଓ ଟିମ୍ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଜଣେ ଅଭିଯୁକ୍ତଙ୍କ ଘଟଣା ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଟାଉନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅତିରିକ୍ତ ଏସପି ବିମଳ କାନ୍ତ ବ୍ରହ୍ମା ।

Related Posts