କଲେଜ କ୍ୟାମ୍ପସ୍‌କୁ ମୋବାଇଲ ଫୋନ୍ ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କଲେଜ କ୍ୟାମ୍ପସ୍‌କୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି । କ୍ୟାମ୍ପସ୍‌ ଭିତରକୁ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ନେବାକୁ ବାରଣ କରାଯାଇଛି । ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି ।

ତେବେ ନୋଟିସ୍ ଅନୁସାରେ ଶନିବାର ଅର୍ଥାତ ଜୁଲାଇ ୩୦ ତାରିଖଠାରୁ ଏହା ଲାଗୁ କରାଯିବା ନେଇ ନୋଟିସ୍‌ରେ ଉଲ୍ଲେଖ ରହିଛି ।

Related Posts