ଆସିଲା ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ଦେବଗଡ଼ରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କଲା ଦଳ

ଭୁବନେଶ୍ୱର,୦୨/୫(ସତ୍ୟପାଠ ବ୍ୟୁରୋ):   ଶେଷ ପର୍ଯ୍ୟରେ ବାକିଥିବା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । 

କୋରେଇରୁ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ  ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ  ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । 

ସେହିପରି ଦେବଗଡ଼ ଆସନରେ ପ୍ରାର୍ଥୀ ବଦଲାଇଛି ବିଜେଡ଼ି। ପୂର୍ବରୁ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ଦେଇଥିଲା ଦଳ କିନ୍ତୁ ଏବେ ତାଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି।

Related Posts