ବିଜେଡ଼ି ଛାଡିଲେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୦୨/୫(ସତ୍ୟପାଠ ବ୍ୟୁରୋ):   ବିଜେଡ଼ିର ପ୍ରାଥମିକ ସଦର୍ଶ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟରେ ୩ ବିଧାନସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛନ୍ତି।  ଏହି ତାଲିକାରେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ମିଳିଛି। ଖଣ୍ଡପଡ଼ା ଆସନ ପାଇଁ ଆସାଇ ଥିଲେ ଅନୁଭବ ପଟ୍ଟନାୟକ । ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଝୁଲେଇ ରଖି ଦଳ ଅନୁଭବଙ୍କ ଟିକେଟ ନଦେବାରୁ ଅସନ୍ତୋଷ ଝାଡି ଦଳ ଛାଡିଛନ୍ତି ଅନୁଭବ।

ଟିକେଟ ନଦେଇ ଦଳ ତଙ୍କପ୍ରତି ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ। ଗତଥର ମଧ୍ୟ ଅନୁଭବଙ୍କ ଟିକେଟ ଦେଇନଥିଲା ଦଳ। ଶେଷ ମୁହୂର୍ତ୍ତରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ପ୍ରାର୍ଥୀ କରାଯାଇଥିଲା। ଯାହାକୁ ନେଇ ସେତେବେଳେ ଅସନ୍ତୁଷ୍ଟ ଥିଲେ ଅନୁଭବ କିନ୍ତୁ ଦଳ ଛାଡିନଥିଲେ। କିନ୍ତୁ ଏଥର ପୁଣିଥରେ ଟିକେଟ ନଦେବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି ଅନୁଭବ।

Related Posts