ବୀରଭୂମି ହିଂସା; ଅପରାଧିଙ୍କୁ ପ୍ରୋତ୍ସାହନ ଦେଲେ ଲୋକେ କ୍ଷମା ଦେବେନି: ମୋଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ବୀରଭୂମିରେ ହୋଇଥିବା ହିଂସାକୁ ନେଇ ବର୍ତ୍ତମାନ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ବୀରଭୂମ ଜିଲ୍ଲାର ଏକ ଗାଁରେ କିଛି ଘରେ ନିଆଁ ଲାଗିଯିବା ପରେ ଅତି କମରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରେ ମମତା ବାନାର୍ଜୀ ଘଟଣାକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏଭଳି ବର୍ବର ହିଂସାକୁ ମମତା କଡ଼ା ନିନ୍ଦା କରିବା ବଦଳରେ ଗୁଜରାଟ, ୟୁପି ଓ ବିହାର ଭଳି ରାଜ୍ୟରେ ଏଭଳି ଘଟଣା ସାଧାରଣ ବୋଲି ମମତା ବାନାର୍ଜୀ କହିଛନ୍ତି । ଏହା ସହ ରାମପୁରହାଟ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ମମତା କହିଛନ୍ତି ଯେ ହିଂସା ମାମଲାରେ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲି ସେ ହିଂସାଗ୍ରସ୍ତ ଅଂଚଳକୁ ଯିବେ। ତାଙ୍କ ସରକାର ଉଚିତ କାର୍ଯାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମ ସରକାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି: ମମତା
ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହି ମମତା କହିଛନ୍ତି ଯେ ଏହା ଆମ ସରକାରକୁ ବଦନାମ କରିବା ପାଇଁ ବିଜେପି, ବାମପନ୍ଥୀ ଦଳ ଏବଂ କଂଗ୍ରେସ ଉଦ୍ୟମ। ଘଟଣାର ଦାୟୀଥିବା ସମସ୍ତଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଷ୍ଟେସନ ଇନ-ଚାର୍ଜ, ସବ-ଡିଭିଜନାଲ ପୋଲିସ ଅଫିସର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ହଟାଇଛୁ । ଗତକାଲି ଠାରୁ ଡିଜିପି ଜିଲ୍ଲାରେ ରହିଆସିଛି। ମମତା କହିଛନ୍ତି ଯେ ସେ ସେଠାରେ ଉପସ୍ଥିତ ଥିବା ଅନ୍ୟ ରାଜନୈତିକ ଦଳ ସହ ଜଡିତ ହେବାକୁ ଚାହୁଁ ନ ଥିବାରୁ ସେ ତାଙ୍କ ବିରବୁମ୍ ଗସ୍ତକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ ବରଂ ବିରୋଧୀ ବିଜେପିକୁ ନେଇ ମଧ୍ୟ ମମତା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଆସନ୍ତାକାଲି ବୋଗାଟୁଇ ଗାଁ ଯିବି। ମୁଁ ଆଜି ସେଠାକୁ ଯାଇଥାନ୍ତେ, କିନ୍ତୁ କିଛି ରାଜନୈତିକ ଦଳର ଲୋକ ସେଠାକୁ ଯାଉଛନ୍ତି । ସେ ଫେରିବା ବେଳକୁ ମୁଁ ବିଳମ୍ବ କରିଥାନ୍ତେ । ଯେତେପର୍ଯ୍ୟନ୍ତ ବିରୋଧୀଦଳ ସେଠାରେ ଅଛନ୍ତି, ମୁଁ ସେଠାକୁ ଯିବାକୁ ଚାହେଁ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାର ଦୋଷୀମାନଙ୍କୁ ଦଣ୍ଡ ଦେବା ଦିଗରେ ଉଚିତ ବ୍ୟବସ୍ଥା କରିବେ ବୋଲି ଆଶା ରଖୁଛି। ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ମଧ୍ୟ ସହାୟତା କରିବେ। ତେବେ ଏଭଳି ହିଂସା ଘଟାଉଥିବା ଅପରାଧୀମାନଙ୍କୁ ଯେଉଁମାନେ ପ୍ରୋତ୍ସାହନ ଦେବେ ସେମାନଙ୍କୁ ଜନସାଧାରଣ କଦାପି କ୍ଷମା ଦେବେନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପଟେ ବୀରଭୂମି ଘଟଣାକୁ ନେଇ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତୃଣମୂଳ କଂଗ୍ରେସ ଶାସକ ବିଜେପିକୁ ଏହି ଘଟଣାର ମୂଳ ଦୋଷୀ କହୁଥିବାବେଳେ ବିଜେପି ଏହା ହେଉଛି ଟିଏମସିର ଷଡ଼ଯନ୍ତ୍ର ବୋଲି କହୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ଦେଖିବାର ବିଷୟ ଏହି ଘଟଣାର ଦୋଷୀ କେବେ ଦଣ୍ଡ ପାଉଛନ୍ତି ।

Related Posts