ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୯ କେ.ଜି ଓଜନର ହେରୋଇନ ଜବତ

ନୂଆଦିଲ୍ଲୀ: ଜବତ ହେଲା ୯ କେ.ଜି ଓଜନର ହେରୋଇନ । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ ଧରଣର ହେରୋଇନ ଚାଲାଣକୁ ପଣ୍ଡ କରିବାରେ ସଫଳତା ମିଳିଛି । ଜୋହାନ୍ସବର୍ଗରୁ ଦୋହା ଦେଇ ଦିଲ୍ଲୀ ଆସିଥିବା ଜଣେ ବେଲିଜ ନାଗରିକଙ୍କ ବ୍ୟାଗରୁ ପ୍ରାୟ 9 କେ.ଜି ଓଜନର ହେରୋଇନ ଜବତ କରିଛନ୍ତି ବିମାନ ବନ୍ଦରର ଏୟାର କଷ୍ଟମ ବିଭାଗର ଅଧିକାରୀ ।

ତେବେ ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ 70 କୋଟି ହେବ ବୋଲି ଅନୁମାନ କାରଯାଇଛି ।

Related Posts