
ସିମ୍ଲା : ଆଗାମୀ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୧,୧୮,୮୫୨ ନୂଆ ଭୋଟର ଅଂଶଗ୍ରହଣ କରିବେ।
ହିମାଚଳପ୍ରଦେଶରେ ୧,୧୮,୮୫୨ ନୂଆ ଭୋଟର ପଂଜିକୃତ ହୋଇଛନ୍ତି। ଏହାର ଅର୍ଥ ଚଳିତ ନିର୍ବାଚନରେ ୨ ପ୍ରତିଶତ ଅଧିକ ଭୋଟର ଭୋଟ୍ ଦେବେ। ଖୁବ୍ଶୀଘ୍ର ନିର୍ବାଚନ କମିସନ୍ ନିର୍ବାଚନ ତାରିଖ ଘୋଷଣା କରିବେ। ନିର୍ବାଚନ କମିସନର ଏକ ଟିମ୍ ହିମାଚଳପ୍ରଦେଶ ଗସ୍ତ କରି ସାରିଛନ୍ତି। ରାଜ୍ୟରେ ଅଧିକ ଭୋଟରଙ୍କ ଅଂଶଗ୍ରହଣ ଉପରେ କମିସନ୍ ଗୁରୁତ୍ବାରୋପ କରିଛନ୍ତି।
୨୦୧୭ ନିର୍ବାଚନରେ ହିମାଚଳରେ ୭୫ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ନିର୍ବାଚନ ପାଇଁ ମଧ୍ୟ ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସର ମନୀଶ ଗାର୍ଗ ବିଭିନ୍ନ ସ୍ବେଚ୍ଛାସେବା ସଂଗଠନ ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଭୋଟ୍ ଦେବାପାଇଁ ଗଣ ସଚେତନତା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ଚଳିତ ନିର୍ବାଚନ ପାଇଁ ୫୫,୦୭,୨୬୧ ସାଧାରଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୭,୮୦,୨୦୮ ଜଣ ପୁରୁଷ ଏବଂ ୨୭,୨୭.୦୧୬ ଜଣ ମହିଳା ଏବଂ ୩୭ ଜଣ ତୃତୀୟ ଲିଙ୍ଗ ଭୋଟର