ଦଳ ଛାଡ଼ୁ ଛାଡ଼ୁ ହିଁ କ୍ରେଜିୱାଲଙ୍କ ଉପରେ ବର୍ଷିଲେ ହିମାଚଳ ପ୍ରଦେଶର ରାଜ୍ୟ ୟୁନିଟ ମୁଖ୍ୟ ଅନୁପ କେସରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ବାଜି ମାରିବା ପରେ ସାରା ଦେଶରେ ଆପକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଦଳକୁ ରାଷ୍ଟ୍ରୀୟ ଦଳ କରିବାର ଲକ୍ଷ୍ୟ ରଖିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏନେଇ ଅନେକ ରାଜ୍ୟମାନଙ୍କରେ ରୋଡ଼ ଶୋ’ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ହିମାଚଳ ପ୍ରଦେଶର ରାଜ୍ୟ ୟୁନିଟ ମୁଖ୍ୟ ଅନୁପ କେସରୀ ଆପ ଛାଡ଼ି ବିଜେପିରେ ମିଶିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ସବୁଠାରୁ ରୋଚକ କଥାଟି ହେଉଛି ଦଳ ଛାଡ଼ିବାର ମାତ୍ର କିଛି ସମୟ ପରେ ହିଁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ହିମାଚଳ ପ୍ରଦେଶର ରାଜ୍ୟ ୟୁନିଟ ମୁଖ୍ୟ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ହିମାଚଳ ପ୍ରଦେଶରେ ଗତ ଆଠ ବର୍ଷ ଧରି ଆମେ ଆପ ପାଇଁ ଅତ୍ୟଧିକ ସଚ୍ଚୋଟତା ଏବଂ ଉତ୍ସର୍ଗୀକୃତ ସହିତ ଘଣ୍ଟା ଘଣ୍ଟା ଧରି କାମ କରିଛୁ । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ମାଣ୍ଡିରେ ଏକ ରାଲି ଓ ରୋଡ୍ ସୋ ପାଇଁ ଆସିବାବେଳେ ରାଜ୍ୟ ଦଳର କର୍ମୀଙ୍କୁ ଅଣଦେଖା କରିଥିଲେ ବୋଲି ଶ୍ରୀ କେସରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ତାଙ୍କ ସହ ଅତ୍ୟଧିକ ନିରାଶ ହୋଇଛୁ। ପାର୍ଟି ପାଇଁ ଦିନରାତି କାମ କରୁଥିବା ସେ ଆମକୁ ମଧ୍ୟ ଦେଖିବେ ନାହିଁ। କେବଳ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ମାଣ୍ଡିରେ ରୋଡ୍ ସୋ’ର ମୁଖ୍ୟ ଆକର୍ଷଣ ଥିଲେ ବୋଲି ଅନୁପ କେସରୀ କହିଛନ୍ତି । ସେପଟେ ଶ୍ରୀ କେସାରୀଙ୍କ ସହ ଆପର ସାଧାରଣ ସମ୍ପାଦକ ସତୀଶ ଠାକୁର ଏବଂ ଉନା ଜିଲ୍ଲା ୟୁନିଟ୍ ମୁଖ୍ୟ ଇକବାଲ ସିଂ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସତୀଶ ଠାକୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଶ୍ରୀ ଠାକୁର କହିଛନ୍ତି ଯେ, ଏପ୍ରିଲ୍ ୬ ରେ ରୋଡ୍ ସୋ ସମୟରେ ଆମେ ଅପମାନିତ ଏବଂ ଅବହେଳିତ ଅନୁଭବ କରିଥିଲୁ।

ତେଣୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କାର‌୍ୟ୍ୟ କରିବାକୁ ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛୁ। ଶ୍ରୀ ସିଂ କହିଛନ୍ତି, “ସେମାନେ ଆମକୁ ଅଣଦେଖା କରିଥିଲେ ଏବଂ ଅପମାନିତ କରିଥିଲେ। ତେଣୁ ଆମେ ବିଜେପିରେ ଯୋଗ ଦେଇଥିଲୁ ବୋଲି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ତିନି ଜଣ ନେତାଙ୍କୁ ସ୍ୱାଗତ କରିବା ସହ ନଭେମ୍ବରରେ ହେବାକୁ ଥିବା ମତଦାନରେ ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସେମାନଙ୍କର ସମର୍ଥନ ଦଳକୁ ମଜବୁତ କରିବ ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts