‘ପାହାଡ଼ରେ ମୁଣ୍ଡ ବାଡେଇବା ଯାହା, ବିରୋଧୀଙ୍କ କଥାର ଅର୍ଥ ତାହା’: ଧର୍ମେନ୍ଦ୍ର ସାହୁ ମୃତ୍ୟୁରେ ସଂପୃକ୍ତି ନେଇ ସମୀର ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀ ମାନେ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଏହାପରେ ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସମୀର। ଆଜି ଗଣମାଧ୍ୟମ ଆଗରେ ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି ଯେ, ଶବ ଉପରେ ରାଜନୀତି କରାନଯାଉ। ଆମେ ସମସ୍ତେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଆମେ ସମସ୍ତେ ଦୁଃଖିତ। ଏଥିପାଇଁ ଆମେ ଶୋକ ସଭା ମଧ୍ୟ କରିଛୁ। ଲୋକଙ୍କ ସହ ଯେଉଁମାନଙ୍କର ସମ୍ପର୍କ ନାହିଁ, ସେହିମାନେ ଶବକୁ ନେଇ ରାଜନୀତି କରୁଛନ୍ତି। ଏତେ ବଡ କରୋନା ସମୟରେ ଯେଉଁମାନଙ୍କର ଦେଖାନଥିଲା, ସେମାନେ କଣ କହୁଛନ୍ତି, ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ନିମାପଡ଼ା, ଗୋପ ବିଜେଡି ଗୋଟିଏ ପରିବାର। ଏହି ପରିବାରର ସଦସ୍ୟ ଜାଣିଛନ୍ତି ତାଙ୍କ ନେତୃତ୍ୱ କ’ଣ ? ତେଣୁ ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳ ଯାହା କହୁଛନ୍ତି ତାହାର ଅର୍ଥ ସେଇଆ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ଆଜି ନିମାପଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅବସରରେ ସମୀର ଏହି ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିରୋଧୀ ମାନେ ମନ୍ତ୍ରୀ ସମୀର ଦାସଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ ଆଣିଛନ୍ତି। ଏନେଇ ଏବେ ଏକ ଅଡିଓ କ୍ଲିପ୍ ମଧ୍ୟ ଘୁରି ବୁଲୁଛି। ତେବେ ପୋଲିସ ଏହି ଅଡିଓ କ୍ଲିପ୍ ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

Related Posts