ଭାରତ ୱିଣ୍ଡ୍ ମ୍ୟାନ୍ ଭାବେ ପରିଚିତ ତୁଲ୍‌ସୀ ତନ୍ତିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଉ ନାହାନ୍ତି ସୁଜଲନ ଏନର୍ଜୀ କମ୍ପନୀର ପ୍ରତିଷ୍ଠତା ତଥା ଭାରତ ୱିଣ୍ଡ୍ ମ୍ୟାନ୍ ଭାବେ ପରିଚିତ ତୁଲ୍‌ସୀ ତନ୍ତି । ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

୧୯୯୫ରେ କପଡ଼ା ବ୍ୟବସାୟୀ ଭାବେ ପରିଚିତ ଥିବା ତୁଲସୀ ଉର୍ଜା ଉତ୍ପାଦନ ଦିଗରେ କାମ ଆରମ୍ଭ କରିଥିଲେ। ନିଜ କପଡ଼ା କମ୍ପାନୀର ଆବଶ୍ୟକ ପଡ଼ୁଥିବା ଶକ୍ତିର ଅଭାବ ପୂରଣ କରିବା ପାଇଁ ସେ ପବନଶକ୍ତି ପ୍ରଡକ୍ସନ ଦିଗରେ କାମ ଆରମ୍ଭ କରି ସୁଜ୍‌ନୋ ଏନର୍ଜୀ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

ଏହି କାମରେ ଏତେ ମଜିଗଲେ ଯେ ସେ ୨୦୦୧ରେ ନିଜର କପଡ଼ା ବ୍ୟବସାୟକୁ ବିକ୍ରି କରିଦେଲେ। ୨୦୦୩ରେ ତାଙ୍କ କମ୍ପାନୀ ସୁଜଲୋନ ଆମେରିକାରେ ଡାନମାର ଆଣ୍ଡ ଆସୋସିଏଟ୍ସ ପକ୍ଷରୁ ୨୪ ଟର୍ବାଇନ୍‌ ସପ୍ଲାଏ କରିବା ପାଇଁ ଅର୍ଡର ପାଇଥିଲା। ଏହିସବୁ ଟର୍ବାଇନ୍‌କୁ ସାଉଥଇଷ୍ଟର୍ଣ୍ଣ ମିନ୍ନେସୋଟାକୁ ରପ୍ତାନୀ ପାଇଁ ଟେଣ୍ଡର ଦିଆଯାଇଥିଲା। ଧୀରେ ଧୀରେ କମ୍ପାନୀ ବ୍ୟବସାୟ ବୃଦ୍ଧି ହୋଇ ବର୍ତ୍ତମାନ ସୁଜଲୋନ ଏନର୍ଜୀର ମାର୍କେଟ୍‌ ଭାଲ୍ୟୁ ୮,୫୩୫.୯୦ କୋଟି ରହିଛି।

ତନ୍ତିଙ୍କ ପରଲୋକ ପରେ କମ୍ପାନୀ ପରବର୍ତ୍ତୀ ଦାୟିତ୍ୱ ନେଇ ସୁଜନଲ ଏନର୍ଜୀ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କମ୍ପାନୀ କହିଛି “ଏଭଳି ଏଖ ଘଡ଼ସନ୍ଧୀ ମୁହୂର୍ତ୍ତରେ ବହୁ ଅନୁଭବୀ କମ୍ପାନୀ ଡାଇରେକ୍ଟର ଓ ବରିଷ୍ଠ ମ୍ୟାନେଜରମାନେ ଉଭୟ ମିଶି ଶ୍ରୀଯୁକ୍ତ ତନ୍ତିଙ୍କ କମ୍ପାନୀ ଓ ତାଙ୍କ ଭିଜନକୁ ଆଗକୁ ନେବେ। “

Related Posts