କାର୍‌ ଉପରେ ମାଡ଼ିଗଲା ହାଇୱା, ଘଟଣା ସ୍ଥଳରେ ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୪ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାର୍‌ ଉପରେ ମାଡ଼ିଗଲା ହାଇୱା। ଘଟଣା ସ୍ଥଳରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ତାଙ୍କ ଭାଇ ଓ ଅନ୍ୟ ପରିବାରର ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍‌ ଚାଳକ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ସୂଚନା ଅନୁସାରେ, ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ତାଙ୍କ ଭାଇ ଓ ଅନ୍ୟ ପରିବାରର ୨ ଭାଇ କାର୍‌ରେ କେନ୍ଦୁଝରରେ ଚାଲିଥିବା ମୀନାବଜାର ଦେଖିବାକୁ ଯାଇଥିଲେ। ସନ୍ଧ୍ୟା ବେଳେ ମେଳା ଦେଖି ଘରକୁ ଫେରୁଥିଲେ। ତେବେ ସଦର ଥାନା ବଡ଼ପୋଷି ଛକ ନିକଟରେ ସମ୍ମୁଖରୁ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। କାର୍‌ ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

Related Posts