ବିବାହ ବନ୍ଧନରେ ବାନ୍ଧିହେଲେ ହକି ଅଲମ୍ପିଆନ ଲିଲିମା ମିଂଜ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ପୁରୁଷ ହକି ବିଶ୍ଵକପ ପାଇଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଏବେ ଚଳଚଞ୍ଚଳ ହୋଇପଡିଛି। ଏହି ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ହକି ତାରକା। ଗତ ରିଓ ଅଲିମ୍ପିକରେ ଭାରତୀୟ ମହିଳା ହକି ଦଳର ସଦସ୍ୟା ଥିବା ୨୮ ବର୍ଷିୟା ଲିଲିମା ମିଂଜ ଆଜି ନିଜ ଜୀବନସାଥୀ ରୂପେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ ଭିକ୍ଟର ମିଂଜଙ୍କୁ ବିବାହ କରିଛନ୍ତି।

ଆଜି ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମର ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହି ବିବାହ ଉତ୍ସବରେ ହକି ତାରକା ନମିତା ଟପ୍ପୋ, ସୁନିତା ଲାକ୍ରା, ହକି କୋଚ ସିଲଭାଷ୍ଟର ଟପ୍ପୋଙ୍କ ସମେତ ଲିଲିମା ଓ ଷ୍ଟାଲିନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ବିବାହ ପରେ ଆଦିବାସୀ ନୃତ୍ଯଗୀତରେ ଚର୍ଚ୍ଚ ପରିସର ଝୁମି ଉଠିଥିବାବେଳେ ଲିଲିମାଙ୍କ ପୈତୃକ ବାସଭବନ ଟାନାଟୋଲିରେ ଭୋଜିଭାତର ଆୟୋଜନ ହୋଇଛି। ଏହି ଅବସରରେ ବିବାହ ଉତ୍ସବରେ ସମସ୍ତେ ଯୋଗ ଦେଇ ଆର୍ଶୀବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ତାରକା ଲିଲିମା।

Related Posts