ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା ଯାତ୍ରା; ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ସେବା ପାଇବେ ଦର୍ଶକ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ଯାତ୍ରୀ ମାନେ ମାଗଣା ଯାତ୍ରା କରିପାରିବେ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପର୍ଯ୍ୟଟନର ବିକାଶ ପାଇଁ ଏକାମ୍ରରେ ହେରିଟେଜ୍‌ ଅନ୍‌ ଇ-ରାଇଡ୍‌ ବ୍ୟବସ୍ଥା କରାଯାଇଛି । କ୍ରୁଟରେ ୧୫ଟି ଇ-ବସ୍‌ ଚାଲୁଥିବା ବେଳେ ଅତିରିକ୍ତ ୧୦ଟି ବସ୍‌ ଆଣିବାକୁ ଯୋଜନା ହୋଇଛି ।

ରାଉରକେଲା ଓ ଭୁବନେଶ୍ୱରରେ ଷ୍ଟାଡିୟମକୁ ଆସୁଥିବା ଦର୍ଶକ ହକି ଟିକେଟ ଦେଖାଇଲେ ସେମାନଙ୍କୁ ଯାତ୍ରା ଭଡ଼ା ଦେବାକୁ ପଡିବନି । ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଏହି ସେବା ପାଇବେ ଦର୍ଶକ । ସେହିପରି ବିଭିନ୍ନ ରୁଟରେ ଏକାଧିକ ବସ୍‌ ଚଳାଇବାକୁ ଯୋଜନା ହୋଇଛି । ହକି ବିଶ୍ୱକପ୍‌ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ହେରିଟେଜ ଅନ୍‌ ଇ-ରାଇଡର ସୁବିଧା ଯୋଗାଇ ଦିଆଯିବ । ରାଜଧାନୀକୁ ଦେଶବିଦେଶରୁ ଦର୍ଶକ ଆସିଛନ୍ତି । ତେଣୁ ଶ୍ରୀଲିଙ୍ଗରାଜ ସମେତ ଅନ୍ୟ ଦର୍ଶନୀୟ ସ୍ଥାନକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି ସୁବିଧା ପାଇବେ ।

Related Posts